ଏଲପିଜି ଟ୍ରକରେ ଲାଗିଲା ନିଆଁ, ଭୟଙ୍କର ଶବ୍ଦ କରି ଫାଟିଲା ୩ଶହରୁ ଅଧିକ ସିଲିଣ୍ଡର

ମୁମ୍ବାଇ ଏବଂ ବରେଲିରେ ବଡ଼ ବିସ୍ଫୋରଣ। ଏଲପିଜି ସିଲିଣ୍ଡର ଭର୍ତ୍ତି ଟ୍ରକରେ ନିଆଁ । ୩୦୦ରୁ ଅଧିକ ସିଲିଣ୍ଡର ଫାଟିଲା। 

Cylinder blast

Cylinder blast Photograph: (KanakNews)

କନକ ବ୍ୟୁରୋ: ମୁମ୍ବାଇର ଧାରାଭି ଅଞ୍ଚଳରେ ସୋମବାର ରାତି ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଗ୍ୟାସ ସିଲିଣ୍ଡର ନେଇ ଯାଉଥିବା ଏକ ଟ୍ରକରେ ହଠାତ୍ ନିଆଁ  ଲାଗିଯିବାରୁ ସେଥିରୁ ଥିବା ୩୦୦ରୁ ଅଧିକ ଗ୍ୟାସ ସିଲିଣ୍ଡର ଫାଟିବାରେ ଲାଗିଥିଲା । ଏହାର ଶବ୍ଦ ଓ ନିଆଁ ଏତେ ଭୟଙ୍କର ଥିଲା ଯେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଥିଲା ।  ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ପୋଲିସ, ଦମକଳ ଗାଡି ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହ ଉଦ୍ଧାର କାର୍ୟ୍ୟ କରିଥିଲେ। ଏହି ଘଟଣାରେ କିଛି ଜନଜୀବନ ହାନି ହେବାର ସୂଚନା ନଥିଲେ ବି ଆଖପାଖ ଲୋକଙ୍କ ଭିତରେ ଭୟ ସୃଷ୍ଟି ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe