କନକ ବ୍ୟୁରୋ: ମୁମ୍ବାଇର ଧାରାଭି ଅଞ୍ଚଳରେ ସୋମବାର ରାତି ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଗ୍ୟାସ ସିଲିଣ୍ଡର ନେଇ ଯାଉଥିବା ଏକ ଟ୍ରକରେ ହଠାତ୍ ନିଆଁ ଲାଗିଯିବାରୁ ସେଥିରୁ ଥିବା ୩୦୦ରୁ ଅଧିକ ଗ୍ୟାସ ସିଲିଣ୍ଡର ଫାଟିବାରେ ଲାଗିଥିଲା । ଏହାର ଶବ୍ଦ ଓ ନିଆଁ ଏତେ ଭୟଙ୍କର ଥିଲା ଯେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଥିଲା । ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ପୋଲିସ, ଦମକଳ ଗାଡି ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହ ଉଦ୍ଧାର କାର୍ୟ୍ୟ କରିଥିଲେ। ଏହି ଘଟଣାରେ କିଛି ଜନଜୀବନ ହାନି ହେବାର ସୂଚନା ନଥିଲେ ବି ଆଖପାଖ ଲୋକଙ୍କ ଭିତରେ ଭୟ ସୃଷ୍ଟି ହୋଇଛି ।
ଏଲପିଜି ଟ୍ରକରେ ଲାଗିଲା ନିଆଁ, ଭୟଙ୍କର ଶବ୍ଦ କରି ଫାଟିଲା ୩ଶହରୁ ଅଧିକ ସିଲିଣ୍ଡର
ମୁମ୍ବାଇ ଏବଂ ବରେଲିରେ ବଡ଼ ବିସ୍ଫୋରଣ। ଏଲପିଜି ସିଲିଣ୍ଡର ଭର୍ତ୍ତି ଟ୍ରକରେ ନିଆଁ । ୩୦୦ରୁ ଅଧିକ ସିଲିଣ୍ଡର ଫାଟିଲା।
/kanak/media/media_files/2025/03/25/bO7MjpHwhoAWaoVj7bij.jpg)