ଯାଆଁଳା ଝିଅଙ୍କୁ ହସ୍ପିଟାଲ ନେଉଥିଲେ ; ଆମ୍ବୁଲାନ୍ସ ଭିତରେ ଫାଟିଲା ସିଲିଣ୍ଡର

ନବଜାତକକୁ ନେଇ ଆମ୍ବୁଲାନ୍ସରେ ଆସୁଥିବା ବେଳେ ଫାଟିଗଲା ଅକ୍ସିଜେନ ସିଲିଣ୍ଡର । ଅଳ୍ପକେ ବର୍ତ୍ତିଲେ ଦୁଇ ନବଜାତକ ।  ୧୦୮ ଆମ୍ବୁଲାନ୍ସର ସିଲିଣ୍ଡର ଫାଟି ଜଣେ ଗୁରୁତର । 

blast in ambulance

blast in ambulance Photograph: (KanakNews)

କନକ ବ୍ୟୁରୋ: ନବଜାତକକୁ ନେଇ ଆମ୍ବୁଲାନ୍ସରେ ଆସୁଥିବା ବେଳେ ଫାଟିଗଲା ଅକ୍ସିଜେନ ସିଲିଣ୍ଡର । ଅଳ୍ପକେ ବର୍ତ୍ତିଲେ ଦୁଇ ନବଜାତକ ।  ୧୦୮ ଆମ୍ବୁଲାନ୍ସର ସିଲିଣ୍ଡର ଫାଟି ଜଣେ ଗୁରୁତର । 

ନବଜାତକ ଯାଆଁଳା ଶିଶୁକନ୍ୟାକୁ ଆମ୍ବୁଲାନ୍ସରେ ଟିଟିଲାଗଡ଼ରୁ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ସମୟରେ ଘଟିଛି ଏଭଳି ଅଘଟଣ । ଆମ୍ବୁଲାନ୍ସରେ ନବଜାତକଙ୍କୁ ନେଇ ଆସୁଥିବା ସମୟରେ ଅକ୍ସିଜେନ ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ ହେବାରୁ ଶିଶୁଙ୍କ ଜେଜେମା ଦୁତୀୟା ଭୋଇ ଗୁରୁତର ଆହତ ହୋଇଛନ୍ତି । ନବଜାତକଙ୍କ ବାପା ମଧ୍ୟ ଆହତ ହୋଇଛନ୍ତି । ଅଳ୍ପକେ ବର୍ତ୍ତିଗଲେ ଦୁଇ ଯାଆଁଳା ଶିଶୁକନ୍ୟା । ମୁରିବାହାଲ ବ୍ଲକ ଅଧୀନସ୍ଥ ଚିକନୀ ବାହାଳୀ ଗାଁର ରାଧା ଯାନୀ ପ୍ରସବ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଭୋରରେ ଯାଆଁଳା ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ପରେ ତାଙ୍କୁ ବଲାଙ୍ଗୀରକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର ସମୟରେ ଅକ୍ସିଜେନ ସିଲିଣ୍ଡର ବ୍ଲାଷ୍ଟ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe