କନକ ବ୍ୟୁରୋ: ନବଜାତକକୁ ନେଇ ଆମ୍ବୁଲାନ୍ସରେ ଆସୁଥିବା ବେଳେ ଫାଟିଗଲା ଅକ୍ସିଜେନ ସିଲିଣ୍ଡର । ଅଳ୍ପକେ ବର୍ତ୍ତିଲେ ଦୁଇ ନବଜାତକ । ୧୦୮ ଆମ୍ବୁଲାନ୍ସର ସିଲିଣ୍ଡର ଫାଟି ଜଣେ ଗୁରୁତର ।
ନବଜାତକ ଯାଆଁଳା ଶିଶୁକନ୍ୟାକୁ ଆମ୍ବୁଲାନ୍ସରେ ଟିଟିଲାଗଡ଼ରୁ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ସମୟରେ ଘଟିଛି ଏଭଳି ଅଘଟଣ । ଆମ୍ବୁଲାନ୍ସରେ ନବଜାତକଙ୍କୁ ନେଇ ଆସୁଥିବା ସମୟରେ ଅକ୍ସିଜେନ ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ ହେବାରୁ ଶିଶୁଙ୍କ ଜେଜେମା ଦୁତୀୟା ଭୋଇ ଗୁରୁତର ଆହତ ହୋଇଛନ୍ତି । ନବଜାତକଙ୍କ ବାପା ମଧ୍ୟ ଆହତ ହୋଇଛନ୍ତି । ଅଳ୍ପକେ ବର୍ତ୍ତିଗଲେ ଦୁଇ ଯାଆଁଳା ଶିଶୁକନ୍ୟା । ମୁରିବାହାଲ ବ୍ଲକ ଅଧୀନସ୍ଥ ଚିକନୀ ବାହାଳୀ ଗାଁର ରାଧା ଯାନୀ ପ୍ରସବ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଭୋରରେ ଯାଆଁଳା ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ପରେ ତାଙ୍କୁ ବଲାଙ୍ଗୀରକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର ସମୟରେ ଅକ୍ସିଜେନ ସିଲିଣ୍ଡର ବ୍ଲାଷ୍ଟ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/04/04/qhIGfKcUfzgYusOq97Rg.jpg)