ଦରବୃଦ୍ଧି କରିଥିଲା କଲବଲ । ଦୁର୍ବଳ ରୂପରେ ସ୍ଥଳଭାଗ ଛୁଇଁଲା ‘ଦାନା’ ।

Advertisment

ଲାଗିଲା, ଭୀଷଣ ବାତ୍ୟା ବେଶ ପ୍ରଭାବୀ ହେବ । ହେଲେ ସ୍ଥଳ ଛୁଇଁଲା ବେଳକୁ ଦାନା ଦୁର୍ବଳ ହୋଇଗଲା । ବାତ୍ୟାର ବଳ ଝାଡ଼ିଦେଲା ଭିତରକନିକା । କମିଗଲା ବର୍ଷା ଓ ପବନର ବେଗ ।

ଲାଗିଲା, ଭୀଷଣ ବାତ୍ୟା ବେଶ ପ୍ରଭାବୀ ହେବ । ହେଲେ ସ୍ଥଳ ଛୁଇଁଲା ବେଳକୁ ଦାନା ଦୁର୍ବଳ ହୋଇଗଲା । ବାତ୍ୟାର ବଳ ଝାଡ଼ିଦେଲା ଭିତରକନିକା । କମିଗଲା ବର୍ଷା ଓ ପବନର ବେଗ ।

4554ୋୋ

କନକ ବ୍ୟୁରୋ: ଅଧା ଓଡ଼ିଶାକୁ ଗିଳିବାକୁ ବସିଥିବା ବାତ୍ୟା ଦାନାର ବଡ ପ୍ରଭାବ କେନ୍ଦ୍ରାପଡା ଜିଲ୍ଲା ରାଜନଗର ଭିତରେ ଅଟକି ଗଲା । କିନ୍ତୁ ଲ୍ୟାଣ୍ଡଫଲର ୭୨ ଘଣ୍ଟା ପୂର୍ବରୁ ପାଣିପାଗ ବିଭାଗର ପୂର୍ବାନୁମାନ, ସରକାରଙ୍କ ପ୍ରସ୍ତୁତି ସଂକେତ ଦେଉଥିଲା ଯେପରି ଦାନା ଭଳି ବଡ ବିଭୀଷିକାକୁ ସାମ୍ନା କରିବାକୁ ଯାଉଛି ଓଡ଼ିଶା । ପାଣିପାଗ ବିଭାଗର ବାରମ୍ବାର ସର୍ତକ ସୂଚନା ଏହି ଭୟକୁ ଦ୍ୱିଗୁଣିତ କରୁଥିଲା । ଦାନାର ପ୍ରକୋପରେ ଅଧା ଓଡ଼ିଶା ଧନ୍ଦି ହେବ ବୋଲି ଧାରଣା ସୃଷ୍ଟି ହେଲା ।

୧୪ଟି ଜିଲ୍ଲାରେ ଆଗୁଆ ସ୍କୁଲ ଛୁଟି, ଓଡ୍ରାଫ, ଏନଡିଆରଏଫ, ଚପର ମଗାଇବା ନିଷ୍ପତ୍ତି ନେଇ ସରକାର ବି ଏହି ଧାରଣାକୁ ବଳ ଦେଲେ । ଲକ୍ଷ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର, ସରକାରୀ ସ୍ତରରେ ଘନ ଘନ ପ୍ରସ୍ତୁତି ବୈଠକ ସୂଚାଇ ଦେଉଥିଲା, ଓଡ଼ିଶା ପାଇଁ ଦାନବ ସାଜି ଆସୁଛି ଦାନା ।  କିନ୍ତୁ ମଧ୍ୟରାତ୍ରୀରେ ଭିତରକନିକାର ହବାଳିଖଟି ନିକଟରେ ଦାନା ମାଡ ହେବାପରେ ଆତଙ୍କ ରଚିବ କଣ ଆଗକୁ ମଧ୍ୟ ବଢି ପାରିଲାନି ।
 
ବଡ ଧରଣର ବର୍ଷା, ସମୁଦ୍ରରେ ଉଚ୍ଚ ଜୁଆର, ୧୦୦ରୁ ୧୨୦ କିଲୋମିଟର ବେଗରେ ପବନ । ଲ୍ୟାଣ୍ଡଫଲ ପୂର୍ବରୁ ୭୨ ଘଣ୍ଟାର ସତର୍କତା ଲ୍ୟାଣ୍ଡଫଲ ପରେ ମାତ୍ର ୭୨ ମିନିଟ୍ ମଧ୍ୟରେ ସମାଧି ନେଇଥିଲା । ହବାଳିଖଟିରେ ଲ୍ୟାଣ୍ଡଫଲ ପରେ କେବଳ କେନ୍ଦ୍ରାପଡା ଓ ଭଦ୍ରକରେ କିଛି ପରିମାଣର ବର୍ଷା ହୋଇଥିବା ବେଳେ ପବନର ବେଗ ସେଭଳି ଭୟଭୀତ କଲା ଭଳି ନଥିଲା । କିନ୍ତୁ ସରକାରୀ ସ୍ତରରେ ସର୍ତକତା କଳାବଜାରୀ ପାଇଁ ସୁଯୋଗ ସୃଷ୍ଟି କରିଥିଲା । ଦାନାର ପ୍ରଭାବ ବଜାରକୁ ଅଧିକ ପ୍ରଭାବିତ କରିଥିଲା । ହୁ' ହୁ' ହୋଇ ବଢିଥିଲା ଅତ୍ୟାବଶ୍ୟକ ସାମଗ୍ରୀର ଦର । ଦାନା ଅପେକ୍ଷା ଦରବୃଦ୍ଧି ଲୋକଙ୍କୁ ଅଧିକ କଲବଲ କରିଥିଲା । 

ଅକ୍ଟୋବରରେ ଆସୁଥିବା ପ୍ରତିଟି ବାତ୍ୟା ଓଡ଼ିଶାକୁ ଆତଙ୍କିତ କରିଛି । ୧୯୯୯ ମହାବାତ୍ୟାର ଭୟ ଏବେ ବି ଅନେକ ମନରୁ ପାଶୋରି ପାରି ନାହାନ୍ତି । ନିୟମିତ ବ୍ୟବଧାନରେ ଓଡ଼ିଶା ଭିନ୍ନ ଭିନ୍ନ ଢଙ୍ଗରେ ବାତ୍ୟା କାହାଣୀ ଲେଖୁଛି । ପ୍ରଶଂସା ସାଉଁଟୁଛି ସତ ହେଲେ ଏବେ ବି ବାତ୍ୟା ପୂର୍ବାନୁମାନକୁ ସଠିକ ଢଙ୍ଗରେ ଆକଳନ କରିପାରିନି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe