କନକ ବ୍ୟୁରୋ : ଆସୁଛି ବାତ୍ୟା ‘ଫେଙ୍ଗାଲ’। ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉଏକ ବାତ୍ୟା। ଗଭୀର ଅବପାତରେ ପରିଣତ ହୋଇ ଆସନ୍ତାକାଲି ବାତ୍ୟାର ରୂପ ନେବ। ବାତ୍ୟା ତାମିଲନାଡୁ ମୁହାଁ ହେଉଥିବା ଭାରତୀୟ ପାଣିପାଗ ବିଭାଗର ସୂଚନା । ବର୍ତ୍ତମାନ ବାତ୍ୟା ତ୍ରିନକୋମାଲିର ଦକ୍ଷିଣ-ପୂର୍ବ ଦିଗରେ ୨୮୦ କିଲୋମିଟର ଦୂରରେ ରହିଛି । ସେହିପରି ନାଗାପାଟ୍ଟିନାମର ଦକ୍ଷିଣ -ଦକ୍ଷିଣପୂର୍ବ ଦିଗରେ ଏହା ୫୭୦ କିଲୋମିଟର, ପୁଡୁଚେରୀର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୬୮୦ କିଲୋମିଟର ଏବଂ ଚେନ୍ନାଇର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୭୭୦ କିଲୋମିଟର ଦୂରରେ ବାତ୍ୟା ଗତି କରୁଛି। ଆସନ୍ତାକାଲି ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ବାତ୍ୟାର ରୂପ ନେବ। ଏହା ପରବର୍ତ୍ତୀ ୨ ଦିନ ମଧ୍ୟରେ ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରି ତାମିଲନାଡୁ ଉପକୂଳ ଆଡ଼କୁ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ବାତ୍ୟାକୁ ନେଇ ଆଇଏମଡି ଜାରି କରିଥିବା ଗତିପଥ ଅନୁସାରେ ଆସନ୍ତାକାଲି ସମୁଦ୍ର ଭିତରେ ଦୁର୍ବଳ ‘ଫେଙ୍ଗାଲ’। ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। ଡିସେମ୍ବର ୧ ତାରିଖ ଯାଏଁ ଶୁଖିଲା ରହିବ। ଆଉ ରାଜ୍ୟରେ ଶୀତର ଲହରି ଜାରି ରହିବ।
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା ପେଙ୍ଗାଲ । ତାମିଲନାଡୁ ମୁହାଁ ହେବ ବାତ୍ୟା, ଓଡିଶାରେ ପଡିବନି ପ୍ରଭାବ
ସେହିପରି ନାଗାପାଟ୍ଟିନାମର ଦକ୍ଷିଣ -ଦକ୍ଷିଣପୂର୍ବ ଦିଗରେ ଏହା ୫୭୦ କିଲୋମିଟର, ପୁଡୁଚେରୀର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୬୮୦ କିଲୋମିଟର ଏବଂ ଚେନ୍ନାଇର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୭୭୦ କିଲୋମିଟର ଦୂରରେ ବାତ୍ୟା ଗତି କରୁଛି ।