କନକବ୍ୟୁରୋ: ବାତ୍ୟା ହେବ କି ନେଇ ଚାଲିଥିବା ସଂଶୟ ଦୂର ହୋଇଛି। ଆସୁଛି ବାତ୍ୟା । ଏନେଇ ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ, ଆଇଏମଡି ।
ପାଣିପାଗ ବିଭାଗର କହିବା ଅନୁଯାୟୀ, ୨୪ ଘଣ୍ଟାରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ପରେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୨ରେ ଅବପାତ ଓ ୨୩ରେ ବାତ୍ୟାର ରୂପ ନେବ ।
ଏହା ୨୪ ତାରିଖ ସକାଳେ ଓଡିଶା ଓ ପଚିଂମବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଥିବା କହିଛି । ପୂର୍ବରୁ ବାତ୍ୟା ଆସୁଥିବା ଖବର ନେଇ ବିଭିନ୍ନ ମଡେଲ ଆକଳନ କରିଥିଲେ । ହେଲେ ଏନେଇ ଆଇଏମଡି କିଛି ସ୍ପଷ୍ଟ କରିନଥିଲା । ହେଲେ ଆଜି ସଂସ୍ଥା ପକ୍ଷରୁ ଯେଉଁ ଟୁଇଟ୍ କରାଯାଇଛି, ଏଥିରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ଯେ, ବାତ୍ୟାର ଆଶଙ୍କା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/10/20/w5pp4T20LNhTi9HIymKJ.jpg)