କନକ ବ୍ୟୁରୋ : ମାଡ଼ି ଆସୁଛି ବାତ୍ୟା ମୋନ୍ଥା । ଆସନ୍ତାକାଲି ରାତିରେ ଛୁଇଁବ ସ୍ଥଳଭାଗ । ବିଶେଷ କରି ଦକ୍ଷିଣ ଓଡ଼ିଶା ଏବଂ ଉପକୂଳବର୍ତ୍ତୀ ଓଡ଼ିଶାରେ ପ୍ରବଳ ବର୍ଷିବା ନେଇ ପୂର୍ବାନୁମାନ କରିଛନ୍ତି ଆଇଏମ୍ଡି ଡିଜି । ଏପଟେ ମୁକାବିଲା ପାଇଁ ଗ୍ରାଉଣ୍ଡରେ ସଜାଗ ଅଛନ୍ତି ପ୍ରାଶାସନିକ ଟିମ୍ । ବିଭିନ୍ନ ସ୍ଥାନରେ ଓଡ୍ରାଫ୍ ଏବଂ ଅଗ୍ନିଶମ ୱାହିନୀ ମଧ୍ୟ ପ୍ରସ୍ତୁତ ରହିଛନ୍ତି ।
ସମ୍ଭାବ୍ୟ ବାତ୍ୟା ପାଇଁ ପୁରୀରେ ଆଲର୍ଟ ରହିଛି ଜିଲ୍ଲା ପ୍ରଶାସନ । ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଆଜିଠୁ ୨୯ ତାରିଖ ଯାଏଁ ସମୁଦ୍ର ସ୍ନାନ ବାରଣ କରାଯାଇଛି । ଏ ନେଇ ପୁରୀ ବେଳାଭୂମିରେ ନାଲି ପତାକା ଲଗାଯାଇଛି ଓ ଡାକବାଜି ଯନ୍ତ୍ର ଦ୍ୱାରା ପର୍ଯ୍ୟଟକମାନଙ୍କୁ ସଚେତନ କରାଯାଉଛି । ସେହିପରି ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ସମୁଦ୍ର ଭିତରକୁ ନଯିବା ଲାଗି କୁହାଯାଇଛି । ପୁରୀ ଜିଲ୍ଲାରେ ୧୭୯ଟି ବାତ୍ୟା ଆଶ୍ରୟସ୍ଥଳୀ ଓ ସ୍କୁଲ କଲେଜ ସମେତ ୩୭୦ଟି ଅସ୍ଥାୟୀ କେନ୍ଦ୍ର ପ୍ରସ୍ତୁତ ରହିଛି ।
ଅଧିକ ପଢ଼ନ୍ତୁ--ମାଡ଼ି ଆସୁଛି ବାତ୍ୟା ‘ମୋନ୍ଥା’ ; ମୁକିବାଲା ପାଇଁ ଯୋଦ୍ଧା ତୟାର
ବ୍ରହ୍ମପୁରରେ ମଧ୍ୟ ବାତ୍ୟା ମୁକାବିଲା ଲାଗି ଓଡ୍ରାଫ୍ ଏବଂ ଅଗ୍ନିଶମ ବାହିନୀ ମୁତୟନ ହୋଇଛନ୍ତି । ୨୨ଟି ବାତ୍ୟା ଆଶ୍ରୟସ୍ଥଳୀ ଓ ଅସ୍ଥାୟୀ ଶିବିର ପ୍ରସ୍ତୁତ ରହିଛି । ଅଗ୍ନିଶମ ବାହିନୀର ୬ଟି ଟିମ୍ ସଜାଗ ରହିଛନ୍ତି । ବିଇଏମ୍ସି ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ମଧ୍ୟ ଖୋଲାଯାଇଛି । କୌଣସି ସ୍ଥାନରେ କିଛି ଅସୁବିଧା ହେଲେ ୭୬୦୮୮ ୮୦୪୮୦ ଏହି ନମ୍ବରରେ ଯୋଗାଯୋଗ ପାଇଁ କୁହାଯାଇଛି ।
ରାଜଧାନୀ ଭୁବନେଶ୍ବରରୁ ବିଭିନ୍ନ ସ୍ଥାନକୁ ଯାଇଛନ୍ତି ଅଗ୍ନିଶମବାହିନୀ। ଅତ୍ୟାଧୁନିକ ଯନ୍ତ୍ରପାତି ସହ ସାଜ ସରଂଜାମ ନେଇ ଗ୍ରାଉଣ୍ଡକୁ ଯାଇଛନ୍ତି ଟିମ୍ । ଏପଟେ ବାତ୍ୟା ମୁକାବିଲା ଲାଗି ଏସ୍ଆର୍ସି କାର୍ଯ୍ୟାଳୟରେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ହୋଇଛି ।
ମନ୍ଥା ପାଇଁ ୮ ଜିଲ୍ଲା ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଛି । ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲା ବାତ୍ୟା ଦ୍ୱାରା ପ୍ରଭାବିତ ହେବ । ପ୍ରଭାବିତ ୮ ଜିଲ୍ଲା ରେ ୩୦ ତାରିଖ ଯାଏଁ ସମସ୍ତ ସ୍କୁଲ, ଅଙ୍ଗନବାଡି ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି । ୮ଜିଲ୍ଲାରେ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/27/administration-on-alert-to-deal-with-cyclone-2025-10-27-18-59-17.png)