୪୮ ଘଣ୍ଟାରେ ବାତ୍ୟା ! ଓଡ଼ିଶାରେ ପଡ଼ିବନି କୌଣସି ପ୍ରଭାବ

ମାଲାକ୍କା ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ଘନୀଭୂତ ହେଉଛି ଲଘୁଚାପ । ଆଗାମୀ ୨୪ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତର ପରିଣତ ହେବ । ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଏହା ଆଗକୁ ବଢ଼ିବ । ପରବର୍ତ୍ତୀ ୪୮ ଘଣ୍ଟାରେ ବାତ୍ୟାର ରୂପ ନେବ । ହେଲେ ଏହା ଓଡ଼ିଶା ଉପରେ ପ୍ରଭାବ ପକାଇବ ନାହିଁ ।

Cyclone

Cyclone Photograph: (kanak news)

କନକ ବ୍ୟୁରୋ:  ମାଲାକ୍କା ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେବ ହେଲେ ସମୁଦ୍ରରେ ହିଁ ବଳ ହରାଇବ । ଉପକୂଳକୁ ଛୁଇଁବା ପୂର୍ବରୁ ଦୁର୍ବଳ ହୋଇଯିବ ବାତ୍ୟା । ତେବେ ଆଶ୍ବସ୍ତିର କଥା ହେଉଛି,  ଏହି ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ଆଦୌ ପଡ଼ିବନି । ମାଲାକ୍କା ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ଘନୀଭୂତ ହେଉଛି ଲଘୁଚାପ । ଆଗାମୀ ୨୪ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତର ପରିଣତ ହେବ । ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଏହା ଆଗକୁ ବଢ଼ିବ । ପରବର୍ତ୍ତୀ ୪୮ ଘଣ୍ଟାରେ ବାତ୍ୟାର ରୂପ ନେବ । ହେଲେ ଏହା ଓଡ଼ିଶା ଉପରେ ପ୍ରଭାବ ପକାଇବ ନାହିଁ । ପାଣିପାଗ ବିଭାଗ ପକ୍ଷରୁ ଏନେଇ ଆଶ୍ବସ୍ତ କରାଯାଇଛି । ସମୁଦ୍ର ଭିତରେ ହିଁ ଦୁର୍ବଳ ହେବ ବାତ୍ୟା ।  ଓଡ଼ିଶାରେ ୭ ଦିନ ପର୍ଯ୍ୟନ୍ତ ଶୁଖିଲା ରହିବ ପାଗ । ତେବେ ୪୮ ଘଣ୍ଟା ପରେ ତାପମାତ୍ରା ୨ରୁ ୩ ଡିଗ୍ରି କମିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଅନ୍ୟପଟେ ଏକ ଚମକାଇଲା ପରି ଆକଳନ କରିଛି ଇସିଏମଡବ୍ଲୁଏଫ ମଡେଲ । କୋମରିନ ଅଞ୍ଚଳ ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ତତ୍‌ସଂଲଗ୍ନ ଶ୍ରୀଲଙ୍କା ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି l ପରେ ଏହା ଆଣ୍ଡାମାନ ସାଗର ନିକଟରେ ସକ୍ରିୟ ଥିବା ବାତ୍ୟା ସହ ମିଶିବାର ସମ୍ଭାବନା ଅଧିକ । ତେବେ ଏହାର ଗତିପଥ ଓ ପ୍ରଭାବକୁ ନେଇ ପୂର୍ବାନୁମାନ କରିନି ଭାରତୀୟ ପାଣିପାଗ ବିଭାଗ । ଏସବୁ ଭିତରେ ରାଜସ୍ବ ମନ୍ତ୍ରୀ କହିଛନ୍ତି, ସଜାଗ ଅଛନ୍ତି ସରକାର । ସବୁ ପ୍ରକାର ସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ । ଆଗକୁ ରାତିର ତାପମାତ୍ରା ଆହୁରି ହ୍ରାସ ପାଇବ । ଅଥାର୍ତ ଜାଡ଼ରେ ଥରିବ ଓଡ଼ିଶା । ତେବେ କୁହୁଡ଼ିର ସେତେଟା ପ୍ରଭାବ ରହିବନି ବୋଲି କହିଛି ପାଣିପାଗ ବିଭାଗ । 

ଆହୁରି ପଢ଼ନ୍ତୁ : ହି-ମ୍ୟାନ୍‌ଙ୍କ ସଂଘର୍ଷର କାହାଣୀ: ଗ୍ୟାରେଜ୍‌ରେ ଶୋଉଥିଲେ, ୨୦୦ଟଙ୍କାରେ ମାସେ ଚଳୁଥିଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe