କନକ ବ୍ୟୁରୋ: ମାଡ଼ିଆସୁଛି ବର୍ଷର ପ୍ରଥମ ଓ ବଡ଼ ଘୁର୍ଣ୍ଣିଝଡ଼ ହୋରାସିଓ । ପବନର ବେଗ ଘଣ୍ଟାପ୍ରତି ରହିବ ୨୫୦ରୁ ୨୬୦ କିଲୋମିଟର । ନେଇଛି ଭୟଙ୍କର ରୂପ । ସମସ୍ତଙ୍କ ମନରେ ପ୍ରଶ୍ନ ଭାରତର କେଉଁ କେଉଁ ସ୍ଥାନରେ ପଡ଼ିବ ଏହାର ପ୍ରଭାବ , ଓଡିଶାକୁ ଅଛି କି ବିପଦ?ଏହାକୁ କାଟାଗୋରି ୫ ବାତ୍ୟା ଏବଂ ସବୁଠୁ ଶକ୍ତିଶାଳୀ ଝଡ଼ ବୋଲି ଚିହ୍ନଟ କରାଯାଇଛି ।
ପାଣିପାଗ ସୂଚନା ଅନୁସାରେ, ଘୂର୍ଣ୍ଣିଝଡ଼ ’ହୋରାସିଓ’ରେ ପବନର ବେଗ ସୁବୁଠୁ ଅଧିକ ରହିବ । ପବନର ବେଗ ୨୫୦ରୁ ୨୬୦ କିଲୋମିଟର ପ୍ରତି ଘଣ୍ଟା ରେକର୍ଡ କରାଯାଇଛି । ଦକ୍ଷିଣ ପଶ୍ଚିମ ଭାରତୀୟ ମହାସାଗରରେ ସୃଷ୍ଟି ହୋଇଥିବା ଏହି ଘୂର୍ଣ୍ଣିଝଡ଼ ଭୟଙ୍କର ରୂପ ଧାରଣ କରିଛି । ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହାର ଅଧିକ ଶକ୍ତିଶାଳୀ ହେବାର କାରଣ ହେଉଛି ଗରମ ସମୁଦ୍ର ଜଳ, ଓ ଅନୁକୂଳ ବାୟୁମଣ୍ଡଳୀୟ ପରିସ୍ଥିତି , ଯାହା ସାମୁଦ୍ରିକ ଝଡ଼କୁ ଶକ୍ତିଶାଳୀ କରିଥିଲା । ଜଳବାୟୁ ପରିବର୍ତ୍ତନ ବି ଏହାର ମୁଖ୍ୟ କାରଣ । ଏହା ମୋରିସସ୍ ଓ ରୋଡ୍ରିକ୍ସ ଦୀପ ଅଞ୍ଚଳର ପୂର୍ବ ଉତ୍ତର ଦିଗରେ ସବୁଦ୍ର ମଧ୍ୟରେ ସକ୍ରିୟ ହୋଇଛି । ତେବେ ସୁମଦ୍ର ମଝିରେ ସୃଷ୍ଟି ହୋଇଥିବା ଏହି ଝଡ଼ ସିଧାସଳଖ ଭୂପୃଷ୍ଠରେ ମାଡ଼ ହୋଇନଥିବାରୁ ବଡ଼ କ୍ଷତିରୁ ବଞ୍ଚିଛି ସ୍ଥଳଭାଗ । ହେଲେ ଉଚ୍ଚ ଲହଡ଼ି ମତ୍ସ୍ୟଜୀବୀଙ୍କ ପାଇଁ ବିପଦ ସୃଷ୍ଟି କରିଥିଲା ।
ଅଧିକ ପଢ଼ନ୍ତୁ : ୧ ନମ୍ବର ମାର୍କେଟ୍...ସୁପରମାର୍ଟ...ତୋଷାଳୀ ଭବନ..ନିଆଁ କେମିତି ଲାଗୁଛି ?
ପାଣିପାଗ ବିଶେଷଜ୍ଞଙ୍କ କହିବା କଥା, ଏଭଳି ଶକ୍ତିଶାଳୀ ଝଡ଼ ଆଗାମୀ ଦିନରେ ଅଧିକ ହୋଇପାରେ ,ଯାହା ପାଇଁ ଜଳବାୟୁ ପରିବର୍ତ୍ତନ ମୁଖ୍ୟତଃ ଦାୟୀ ବୋଲି କହିଛନ୍ତି । ସେ ଯାହାବି ହେଉ ବାତ୍ୟାର ନାଁ ଶୁଣିଲେ ଲୋକେ ଛାନିଆ ହୋଇପଡ଼ୁଛନ୍ତି । କାରଣ ଏ ବାତ୍ୟା କାହାପାଇଁ କିଭଳି ଦୁଃଖ ନେଇ ଆସିବ କିଏ କହିବ, କାହାର ଦାନାପାଣି ଛଡ଼ାଇନେବ ତ କାହାର ଘରଦ୍ବାର ଉଜାଡ଼ି ଦେବ । ସମସ୍ତଙ୍କ ମନରେ ଏ ପ୍ରଶ୍ନ ଆସିବା ଆସିବା ସ୍ବାଭାବିକ ଯେ, କେତେ ଭୟଙ୍କର ହୋଇପାରେ ବାତ୍ୟା । ହେଲେ ସୁମଦ୍ର ମଝିରେ ତାଣ୍ଡବ ରଚିସାରିଛି ବାତ୍ୟା ହେରାସିଓ ।
ଯଦିଓ ହେରାସିଓ ଘୂର୍ଣ୍ଣିବାତ୍ୟାର ପ୍ରଭାବ ଭାରତ ଉପରେ ନାହିଁ କିନ୍ତୁ ପୂର୍ବରୁ ଭାରତ ଏଭଳି ଅନେକ ଶକ୍ତିଶାଳୀ ବାତ୍ୟାକୁ ସହିସାରିଛି। ୧୯୯୯ଠାରୁ ଏଯାବତ୍ ଭାରତ ତଥା ଓଡ଼ିଶା ଏକାଧିକ ଭୟଙ୍କର ବାତ୍ୟା ଦେଖିସାରିଛି । ଭାରତୀୟ ପାଣିପାଗ ବିଭାଗ ଲଗାତାର ବାତ୍ୟା ଉପରେ ନଜର ରଖିଛି , ଫଳରେ ଏହଥିପାଇଁ କ୍ଷୟକ୍ଷତିକୁ ନିୟନ୍ତ୍ରଣ କରାଯାଇପାରିବ ।
Follow Us