କନକ ବ୍ୟୁରୋ : ବୋଇଙ୍ଗ ଷ୍ଟାରଲାଇନର କ୍ୟାପସୁଲରେ ୮ଦିନ ପାଇଁ ମହାକାଶ ଯାଇ ଫସିଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ । ତାଙ୍କୁ ପୃଥିବୀ ସୁରକ୍ଷିତ ଫେରାଇ ଆଣିବା ଲାଗି ଆସନ୍ତା ଗୁରୁବାର ସେପ୍ଟେମ୍ବର ୨୬ରେ ନାସା ଓ ଏଲନ ମସ୍କଙ୍କ SpaceX ପକ୍ଷରୁ କ୍ରୁ-୯ ମିଶନ ଲଞ୍ଚ ହେବାକୁ ଯାଉଛି । ଏହି ମିଶନ ବହୁ ଗୁରୁତ୍ବପୂର୍ଣ୍ଣ କାରଣ ଏହା ସୁନୀତା ଓ ସହ ମହାକାଶଚାରୀ ୱିଲମୋରଙ୍କୁ ନେଇ ଆସନ୍ତା ବର୍ଷ ଫେବୃଆରୀରେ ପୃଥିବୀ ଫେରିବ । କିନ୍ତୁ ଏହି ମିଶନରେ ବାଧା ସାଜିପାରେ ଟ୍ରପିକାଲ ସାଇକ୍ଲୋନ-ନାଇନ । ଯାହାକି ମେକ୍ସିକୋ ଓ ଫ୍ଲୋରିଡାର ପଶ୍ଚିମ ଉପକୂଳ ଅଞ୍ଚଳରେ ଘନେଇବାରେ ଲାଗିଛି । ଗୁରୁବାର ଏହି ମିଶନ ଲଞ୍ଚ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଏହି ମିଶନରେ ୨ଜଣ ମହାକାଶଚାରୀ ଯିବାକୁ ଥିବା ବେଳେ ଆଉ ୨ଟି ସିଟ୍ ସୁନୀତା ଓ ତାଙ୍କ ସହଯୋଗୀଙ୍କ ଲାଗି ଖାଲି ରହିବ । ସେମାନେ ୨୦୨୫ ଫେବୃଆରୀରେ ପୃଥିବୀ ଫେରିବେ । ହେଲେ ମିଶନଟି ଏବେ ବାଧାର ସମ୍ମୁଖୀନ ହୋଇଛି । ମେକ୍ସିକୋ ଓ ଫ୍ଲୋରିଡାର ପଶ୍ଚିମ ଉପକୂଳରେ ସୃଷ୍ଟି ହୋଇଥିବା ଟ୍ରପିକାଲ ବାତ୍ୟା ନାଇନ ଏହି ମିଶନକୁ ପ୍ରଭାବିତ କରିପାରେ ।
ତେବେ ନାସା, ସ୍ପେସ୍ ଏକ୍ସ ଏବଂ ଆମେରିକାର ସ୍ପେସ୍ ଫୋର୍ସର ୪୫ତମ ପାଣିପାଗ ସ୍କ୍ବାଡ୍ରୋନ୍ ଟ୍ରପିକାଲ୍ ସାଇକ୍ଲୋନ୍-ନାଇନ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ବୋଇଙ୍ଗ ଷ୍ଟାରଲାଇନର କ୍ୟପସୁଲରେ ୮ଦିନ ପାଇଁ ମହାକାଶ ଯାଇ ଫସିଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ । ତାଙ୍କୁ ପୃଥିବୀ ସୁରକ୍ଷିତ ଫେରାଇ ଆଣିବା ଲାଗି ଆସନ୍ତା ଗୁରୁବାର ନାସା ଓ ଏଲନ ମସ୍କଙ୍କ SpaceX ପକ୍ଷରୁ କ୍ରୁ-୯ ମିଶନ ଲଞ୍ଚ ହେବାକୁ ଯାଉଛି । ଏହି ମିଶନ ବହୁ ଗୁରୁତ୍ବପୂର୍ଣ୍ଣ କାରଣ ଏହା ସୁନୀତା ଓ ସହ ମହାକାଶଚାରୀ ୱିଲମୋରଙ୍କୁ ନେଇ ଆସନ୍ତା ବର୍ଷ ଫେବୃଆରୀରେ ପୃଥିବୀ ଫେରିବ । କିନ୍ତୁ ଏହି ମିଶନରେ ବାଧା ସାଜିପାରେ ଟ୍ରପିକାଲ ସାଇକ୍ଲୋନ-ନାଇନ ।
ରେସ୍କ୍ୟୁ ମିଶନରେ ବାତ୍ୟା ବାଧକ
ଗୁରୁବାର ଏହି ମିଶନ ଲଞ୍ଚ କରାଯିବ
ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି
ଏହି ମିଶନରେ ୨ଜଣ ମହାକାଶଚାରୀ ଯିବେ
ସେମାନେ ୨୦୨୫ ଫେବୃଆରୀରେ ପୃଥିବୀ ଫେରିବେ
ମିଶନଟି ଏବେ ବାଧାର ସମ୍ମୁଖୀନ ଆଶଙ୍କା
ବାତ୍ୟା ଟ୍ରପିକାଲ ସାଇକ୍ଲୋନ ନାଇନ ମିଶନକୁ ପ୍ରଭାବିତ କରିପାରେ
ମେକ୍ସିକୋ ଓ ଫ୍ଲୋରିଡାର ପଶ୍ଚିମ ଉପକୂଳରେ ସୃଷ୍ଟି ବାତ୍ୟା
ନାସା, ସ୍ପେସ୍ ଏକ୍ସ ବାତ୍ୟା ଉପରେ ନଜର ରଖିଛନ୍ତି
Follow Us