କନକବ୍ୟୁରୋ: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ  ସୃଷ୍ଟି ହେଲା ଘୂର୍ଣ୍ଣିବଳୟ  । ୨୩ ତାରିଖ ସୁଦ୍ଧା ଲଘୁଚାପ ସମ୍ଭାବନା । ପ୍ରଭାବରେ ଆଜିଠାରୁ ବଢିବ ବର୍ଷାର ପରିମାଣ  । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରୀ କଲା  ୟେଲୋ ୱର୍ଣିଂ , ଆସନ୍ତା କିଛି ଘଣ୍ଟାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଖାସ କରି  ଦକ୍ଷିଣ , ଉତ୍ତର ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାର ଗୋଟେ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

Advertisment

ଜିଲ୍ଲା ଗୁଡିକ ହେଲା ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ , ଗଜପତି , ମାଲକାନଗିକି, କୋରାପୁଟ, ରାୟଗଡା, କନ୍ଧମାଳ, କଟକ , ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲା । ଆଜି ପାଇଁ ୧୭ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରୀ ହୋଇଛି ।  ବିଜୁଳି ଘଡଘଡି ସହ ବର୍ଷା ହେବ । ଏଭଳି ସ୍ଥିତି ଆସନ୍ତା ୨୬ ତାରିଖ ଯାଏଁ ଜାରୀ ରହିବ । ଆସନ୍ତା ୨୩ ରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରୁଥିବା ବେଳେ ରାଜ୍ୟରେ ଆଜିଠୁ ବଢିବ ବର୍ଷା ର ପରିମାଣ ।