ସ୍ଥଳଭାଗ ଛୁଇଁଲା ସାମୁଦ୍ରିକ ବାତ୍ୟା ଫେଙ୍ଗଲ : ୯୦ କିଲୋମିଟର ବେଗରେ ପବନ, ଉଦ୍ଧାର କାର୍ଯ୍ୟ ଜାରି

Advertisment

ସ୍ଥଳଭାଗ ଛୁଇଁଲା ସାମୁଦ୍ରିକ ବାତ୍ୟା ଫେଙ୍ଗଲ ।ସାମୁଦ୍ରିକ ଝଡ଼ ଫେଙ୍ଗଲ ଶନିବାର ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁଛି। ତା’ ପୂର୍ବରୁ ଚେନ୍ନାଇ ଓ ପୁଡୁଚେରୀ ସମେତ ତାମିଲନାଡୁର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ବର୍ଷା ସହ ପ୍ରାୟ ୯୦ କିମି ବେଗରେ ପବନ ବହିବା ଯୋଗୁ ଜନଜୀବନ ବ୍ୟାହତ ହୋଇଛି। ପ୍ରାୟ ୪ ଘଣ୍ଟା ଭିତରେ ବାତ୍ୟା ତାମିଲନାଡ଼ୁ ଅତିକ୍ରମ କରିଥିବା ଜଣାପଡ଼ିଛି।

fengal

କନକବ୍ୟୁରୋ : ସ୍ଥଳଭାଗ ଛୁଇଁଲା ସାମୁଦ୍ରିକ ବାତ୍ୟା ଫେଙ୍ଗଲ  । ସାମୁଦ୍ରିକ ଝଡ଼ ଫେଙ୍ଗଲ ଶନିବାର ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁଛି। ତା’ ପୂର୍ବରୁ ଚେନ୍ନାଇ ଓ ପୁଡୁଚେରୀ ସମେତ ତାମିଲନାଡୁର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ବର୍ଷା ସହ ପ୍ରାୟ ୯୦ କିମି ବେଗରେ ପବନ ବହିବା ଯୋଗୁ ଜନଜୀବନ ବ୍ୟାହତ ହୋଇଛି।  ପ୍ରାୟ ୪ ଘଣ୍ଟା ଭିତରେ ବାତ୍ୟା ତାମିଲନାଡ଼ୁ ଅତିକ୍ରମ କରିଥିବା ଜଣାପଡ଼ିଛି ।  ଚେନ୍ନାଇ ବିମାନବନ୍ଦରରେ ବିମାନ ଚଳାଚଳ ଓ ଲୋକାଲ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି ।

ରବିବାର ଭୋର ୪ଟା ପର୍ଯ୍ୟନ୍ତ ବିମାନ ଚଳାଚଳ ବନ୍ଦ ରହିବ ବୋଲି ସରକାରୀ ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି। ତାମିଲନାଡୁର ୭ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି । ପ୍ରବଳ ବର୍ଷା ଓ ବାତ୍ୟା କାରଣରୁ ଚେନ୍ନାଇ ବିମାନବନ୍ଦରରେ ଆଜି ମଧ୍ୟାହ୍ନ ସାଢ଼େ ୧୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ  ବିମାନ ଚଳାଚଳ ବନ୍ଦ ରଖାଯାଇଥିଲା । 

କିନ୍ତୁ ପବନର ଗତିକୁ ଦୃଷ୍ଟିରେ ରଖି ଏହାକୁ ରବିବାର ଭୋର ୪ଟା ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି। ଚେନ୍ନାଇ ଡିଭିଜନର ସମସ୍ତ ଉପନଗରୀ ସେକ୍ସନରେ ଲୋକାଲ ଟ୍ରେନ୍ କମ୍ ସଂଖ୍ୟାରେ ଚଳାଚଳ କରୁଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଦକ୍ଷିଣ ରେଳବାଇ ମଧ୍ୟ କାର୍ଯ୍ୟସୂଚୀ ରେ ପରିବର୍ତ୍ତନ କିମ୍ବା ଅଳ୍ପ ସମୟ ପାଇଁ ସେବା ବନ୍ଦ କରିବାକୁ ଘୋଷଣା କରିଛି ।    

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe