କନକବ୍ୟୁରୋ: ଓଡ଼ିଶାକୁ ବାତ୍ୟା ଭୟ ୨୩ ତାରିଖରେ ବାତ୍ୟା ହେବା ନେଇ ଆଇଏମଡି ଡିଜିଙ୍କ ପୂର୍ବାନୁମାନ ଏଥିସହ ୨୪ରେ ହେବ ଲ୍ୟାଣ୍ଡଫଲ୍ । ବାତ୍ୟା ହେବ କି ନେଇ ଚାଲିଥିବା ସଂଶୟ ଦୂର ହୋଇଛି । ଏନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ, ଆଇଏମଡି । ପାଣିପାଗ ବିଭାଗର କହିବା ଅନୁଯାୟୀ,୨୪ ଘଣ୍ଟାରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ପରେ ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ ଉତ୍ତର ଦିଗରେ ଗତି କରି ୨୨ରେ ଅବପାତ ଓ ୨୩ରେ ବାତ୍ୟାର ରୂପ ନେବ ।
ଏହା ୨୪ ତାରିଖ ସକାଳେ ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଥିବା କହିଛି । ୨୩ ତାରିଖ ସନ୍ଧ୍ୟାରୁ ୪୦-୪୫ କିମି ଘଣ୍ଟା ପ୍ରତି ରହିବା । ଧୀରେ ଧୀରେ ଏହି ପବନର ବେଗ ବଢିବ । ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ପବନରେ ବେଗ ସର୍ବାଧିକ ରହିବ । ୧୦୦ ରୁ ୧୨୦ କିମି ଘଣ୍ଟା ପ୍ରତି ବେଗରେ ପବନ ବହିବ , ବର୍ଷା ୨୦ ସେମି ପର୍ଯ୍ୟନ୍ତ ହେବ ।
କିଛି ସ୍ଥାନରେ ୨୦ ରୁ ୩୦ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଗୋଟିଏରୁ ଦୁଇଟି ସ୍ଥାନରେ ୩୦ ସେମିରୁ ଅଧିକ ବର୍ଷା ହୋଇପାରେ ଏଥିସହ ତଳିଆ ଅଞ୍ଚଳ ଜଳ ମଗ୍ନ ହୋଇପାରେ ୨୫ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜିବିଙ୍କୁ ମନା କରାଯାଇଛି ।
ଆଣ୍ଡମାନ ନିକୋବରକୁ ଯାଇଥିବା ପର୍ଯ୍ୟଟକଙ୍କ ପାଇଁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି । ଯାତ୍ରୀମାନଙ୍କୁ ସତର୍କ ରହିବାକୁ ସୂଚନା ଦେଇଛନ୍ତି । ତେବେ ବାତ୍ୟାର ପ୍ରଭାବ ଓଡ଼ିଶାରେ ଅଧିକ ରହିବ ବୋଲି ଆଳକନ କରାଯାଇଛି ।
୨୩ ତାରିଖରୁ ରାଜ୍ୟରେ ବର୍ଷା ସହ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିବ । ଏବଂ ଏହା ଏକ ମଧ୍ୟମ ଧରଣର ବାତ୍ୟା ହେବ ବୋଲି ପୂର୍ବାନୁମାନ କରାଯାଇଛି । ବାତ୍ୟା ସମ୍ପର୍କରେ ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇ କହିଛି ଯେ, ଆଗାମୀ ୨୪ ଘଣ୍ଟାରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ ।
ପରେ ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୨ ତାରିଖରେ ଅବପାତ ଓ ୨୩ରେ ବାତ୍ୟାର ରୂପ ନେବ । ୨୪ ସକାଳେ ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟ ଦେଇ ଉପକୂଳ ଅତିକ୍ରମ କରିବ । ୨୩ ତାରିଖ ସୁଦ୍ଧା ବାତ୍ୟା ସମ୍ଭାବନା ନେଇ ସତର୍କ ସୂଚନା ଦିଆଯାଇଛି । ଭାରତୀୟ ପାଣିପାଗ ବିଭାଗ ଏନେଇ ସତର୍କ କରାଇଛି ।
ତେବେ ବର୍ତ୍ତମାନ କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଘୁର୍ଣ୍ଣିବଳୟ ବଳବତ୍ତର ରହିଛି , ଅଧିକ ଘନୀଭୂତ ହେବା ପରେ ଏହା ପ୍ରଥମେ ଡିପ୍ରେସନ ଓ ପରେ ଡିପ୍ ଡିପ୍ରେସନ ରୂପ ନେବ ଏବଂ ବାତ୍ୟାର ସ୍ପଷ୍ଟ ଚିତ୍ର ଆଗାମୀ ୨୪ ଘଣ୍ଟାରେ ଆହୁରି ସ୍ପଷ୍ଟ ହୋଇଯିବ ।
ତେବେ ୨୩, ୨୪ ଓ ୨୫ ତାରିଖରେ ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ଯଥା ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି ଆଦି ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି । ଆଜିଠାରୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।
ଏଥିସହ ସଂନ୍ଧ୍ୟା ୬ଟାରେ ହେବ ଗୁରୁତ୍ୱପୁଣ୍ଣ ବୈଠକ । ବୈଠକରେ ମୁଖ୍ୟ ଶାସନ ସଚିବ ସାମିଲ ହେବା ସହ ଉନ୍ନୟନ କମିଶନର ଏସଆରସି ଉପସ୍ଥିତ ରହିବେ । କିପରି ଯୁଦ୍ଧକାଳିନ ଭିତରେ ଏହାର ମୁକାବିଲା କରିହେବ ସେନେଇ ବୈଠକରେ ଆଲୋଚନା କରାଯିବ । ଏଥିସହ ଆସନ୍ତାକାଲି ମନ୍ତ୍ରୀସ୍ତରୀୟ ବୈଠକ ମଧ୍ୟ କରାଯିବ ।
ଆଜି ବୈଠକରେ ଯାହା ଆଲୋଚନା କରାଯିବ ତାହା ଆସନ୍ତାକାଲି ମନ୍ତ୍ରୀ ମାନଙ୍କୁ ତଥ୍ୟ ପ୍ରଦାନ କରାଯିବ । ଜିରୋ କାଜୁଆଲଟି କିପରି ରଖାଯାଇପାରିବ ସେନେଇ ଆଲୋଚନା କରାଯିବ । ଏଥିସହ ସ୍ଥାନୀୟ ପ୍ରଶାସନକୁ ସର୍ତକ ମଧ୍ୟ କରାଯାଇଛି । କଳାବଜାରି କିପରି ହୋଇନପାରିବ ସେନେଇ ସର୍ତକ ରହିବାକୁ ପରାକ୍ମଶ ଦିଆଯାଇଛି । ଅଗ୍ନିଶମ ବାହିନୀ ବିଭାଗଠୁ ଆରମ୍ଭ କରି ସମସ୍ତ ସୁରକ୍ଷା କେନ୍ଦ୍ର ମାନଙ୍କୁ ସର୍ତକ ରହିବାକୁ ସୂଚନା ଦିଆଯାଇଛି ।