ଆରବ ସାଗରରେ ବାତ୍ୟା ସମ୍ଭାବନା  ; ସତର୍କ କଲା ପାଣିପାଗ ବିଭାଗ

 ଆରବ ସାଗରରେ ବାତ୍ୟା ସମ୍ଭାବନା  । ୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ନେଇପାରେ ଭୀଷଣ ବାତ୍ୟାର ରୂପ । ସତର୍କ କଲା ପାଣିପାଗ ବିଭାଗ ।

10

କନକ ବ୍ୟୁରୋ: ସମୁଦ୍ର ମଝିରେ ଦାନା ବାନ୍ଧୁଛି ବାତ୍ୟା । ଆରବ ସାଗରରେ ବାତ୍ୟା ଆଶଙ୍କା । ଉତ୍ତର-ପୂର୍ବ ଆରବ ସାଗରରେ ଗଭୀର ଅବପାତ ସକ୍ରିୟ ଥିବା ବେଳେ, ଏହା ଆଗାମୀ ୧୨ ଘଣ୍ଟାରେ ଘୂର୍ଣ୍ଣିଝଡ଼ର ରୂପ ନେଇପାରେ । ଏହା ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗରେ ଗତି କରିବ। ଫଳରେ ଚଳିତ ବାତ୍ୟା ଋତୁର ପ୍ରଥମ ବାତ୍ୟା ଆଶଙ୍କା ଦେଖାଦେଇଛି । ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହି ଭୀଷଣ ବାତ୍ୟା ଆସନ୍ତାକାଲି ସୁଦ୍ଧା ଓମାନ୍ କିମ୍ୱା ୟେମେନ୍ ମୁହାଁ ହେବ ବୋଲି ପୂର୍ବାନୁମାନ କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe