କନକ ବ୍ୟୁରୋ: ସମୁଦ୍ର ମଝିରେ ଦାନା ବାନ୍ଧୁଛି ବାତ୍ୟା । ଆରବ ସାଗରରେ ବାତ୍ୟା ଆଶଙ୍କା । ଉତ୍ତର-ପୂର୍ବ ଆରବ ସାଗରରେ ଗଭୀର ଅବପାତ ସକ୍ରିୟ ଥିବା ବେଳେ, ଏହା ଆଗାମୀ ୧୨ ଘଣ୍ଟାରେ ଘୂର୍ଣ୍ଣିଝଡ଼ର ରୂପ ନେଇପାରେ । ଏହା ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗରେ ଗତି କରିବ। ଫଳରେ ଚଳିତ ବାତ୍ୟା ଋତୁର ପ୍ରଥମ ବାତ୍ୟା ଆଶଙ୍କା ଦେଖାଦେଇଛି । ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହି ଭୀଷଣ ବାତ୍ୟା ଆସନ୍ତାକାଲି ସୁଦ୍ଧା ଓମାନ୍ କିମ୍ୱା ୟେମେନ୍ ମୁହାଁ ହେବ ବୋଲି ପୂର୍ବାନୁମାନ କରାଯାଇଛି ।
ଆରବ ସାଗରରେ ବାତ୍ୟା ସମ୍ଭାବନା ; ସତର୍କ କଲା ପାଣିପାଗ ବିଭାଗ
ଆରବ ସାଗରରେ ବାତ୍ୟା ସମ୍ଭାବନା । ୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ନେଇପାରେ ଭୀଷଣ ବାତ୍ୟାର ରୂପ । ସତର୍କ କଲା ପାଣିପାଗ ବିଭାଗ ।
/kanak/media/media_files/2025/10/03/10-2025-10-03-17-14-59.jpg)