ଆସୁଛି ବାତ୍ୟା ‘ଡିଟୱା’ : ଓଡ଼ିଶାରେ ପଡ଼ିବନି ପ୍ରଭାବ

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍‌ ସଂଲଗ୍ନ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହୋଇଛି ଗଭୀର ଅବପାତ ।  ଏହା ବାତ୍ୟାରେ ପରିଣତ ହେବ । ଯାହାର ନାଁ ରହିଛି ‘ଡିଟୱା’ ।

1

Photograph: (KANAKNEWS)

କନକବ୍ୟୁରୋ : ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍‌ ସଂଲଗ୍ନ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହୋଇଛି ଗଭୀର ଅବପାତ ।  ଏହା ବାତ୍ୟାରେ ପରିଣତ ହେବ । ଯାହାର ନାଁ ରହିଛି ‘ଡିଟୱା’ ।  ତେବେ ଏହାର ପ୍ରଭାବରେ ତାମିଲନାଡୁର ଅଧିକାଂଶ ସ୍ଥାନରେ ୩୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି  ।  ତାମିଲନାଡୁର ରାୟଲସୀମାରେ ଅତି ପ୍ରବଳ ବର୍ଷା ନେଇ ଆଇଏମ୍‌ଡି ପୂର୍ବାନୁମାନ କରିଛି । ଆନ୍ଧ୍ରପ୍ରଦେଶ ଓ କେରଳରେ ମଧ୍ୟ ଏହି ବାତ୍ୟାର ପ୍ରଭାବ ରହିବ ।  ତେବେ ଓଡ଼ିଶା ଉପରେ ବାତ୍ୟା ‘ଡିଟୱା’ର ପ୍ରଭାବ ସେତେଟା  ରହିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି  ।  

   ଅଧିକ ପଢନ୍ତୁ... ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ଡିଟୱା, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହେଲା ବାତ୍ୟା

କେବଳ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।  ସେହିପରି ଅନ୍ୟ ଏକ ବାତ୍ୟା ‘ସେନୟାର’ ପ୍ରଭାବ ତାମିଲନାଡୁ ଉପରେ ପଡିବ ।  ସେନୟାର ପ୍ରଭାବରେ ମଧ୍ୟ ତାମିଲନାଡୁରେ ପ୍ରବଳ ବର୍ଷା ଓ ପବନ ବହିବ ବୋଲି ଆଇଏମ୍‌ଡି ପୂର୍ବାନୁମାନ କରିଛି ।  ସେପଟେ   ବଙ୍ଗୋ ପସାଗରରେ ଏବେ ଯୋଡ଼ା ବାତ୍ୟା ସିଷ୍ଟମ ସକ୍ରିୟ ରହିଛି । ତେବେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ବାତ୍ୟା ରୂପ ନେଇଛି  ।  ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ ଏହା ବାତ୍ୟା ‘ସେନ୍ୟାର’ରେ ପରିଣତ ହୋଇ ଇଣ୍ଡୋନେସିଆ ଉପକୂଳକୁ ଅତିକ୍ରମ କରିବ ବୋଲି ଚିତ୍ର ସ୍ପଷ୍ଟ ହୋଇଛି  ।

ତେବେ ଏହି ସିଷ୍ଟମର ପ୍ରଭାବ ଓଡ଼ିଶାରେ ପଡୁ ନଥିବା ବେଳେ, ଶ୍ରୀଲଙ୍କା ଉପକୂଳ ସମୁଦ୍ରରେ ସୃଷ୍ଟି ଲଘୁଚାପ ୨୮ କିମ୍ବା ୨୯ ତାରିଖ ବେଳକୁ ବାତ୍ୟାରେ ପରିଣତ ହୋଇପାରେ। ସମ୍ଭାବ୍ୟ ବାତ୍ୟାର ପ୍ରଭାବ ତାମିଲନାଡୁ ଓ ଆନ୍ଧ୍ରରେ ରହିବ ବୋଲି ବିଭିନ୍ନ ମଡେଲ ଆକଳନ କରିଛନ୍ତି। ତେବେ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ଯ ବାତ୍ୟାର ପ୍ରଭାବରେ ୩୦ ରୁ ଡିସେମ୍ବାର ୨ ତାରିଖ ଭିତରେ ରାଜ୍ୟର ଦକ୍ଷିଣ ଓଡିଶାର କିଛି କିଛି ଜିଲ୍ଲା ମାନଙ୍କରେ ସାମନ୍ୟ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି ।

ଭାରତୀୟ ପାଣିପାଗ ବିଭାଗ ( IMD ) ଅନୁଯାୟୀ , ସମୁଦ୍ର ଉପରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଥିବାରୁ ଏହି ପ୍ରଣାଳୀ ଏକ ଗଭୀର ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ଗଠନ ବଙ୍ଗୋପସାଗରରେ ଏକ ସମ୍ଭାବ୍ୟ ଘୂର୍ଣ୍ଣିଝଡ଼ ଗଠନ ନେଇ ନୂତନ ଚିନ୍ତା ସୃଷ୍ଟି କରିଛି, ଯଦିଓ ଏଜେନ୍ସି ଓଡ଼ିଶା ଉପରେ ଏହାର ପ୍ରଭାବ ବିଷୟରେ କୌଣସି ପୂର୍ବାନୁମାନ ଜାରି କରିନାହିଁ।

ଆଇଏମଡି କହିଛି ଯେ ବାତ୍ୟା ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ଶ୍ରୀଲଙ୍କା ନିକଟବର୍ତ୍ତୀ ଜଳଭାଗରେ କେନ୍ଦ୍ରିତ ହୋଇଛି। ଏହା ତାମିଲନାଡୁ-ପୁଡୁଚେରୀ-ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଆଡକୁ ଗତି କରିବା ସହିତ ଆହୁରି ଘନୀଭୂତ ହୋଇପାରେ। ବର୍ତ୍ତମାନ, ଓଡ଼ିଶା ଉପରେ ଏହାର ପ୍ରଭାବ ବିଷୟରେ କୌଣସି ଆକଳନ କରାଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe