କନକ ବ୍ୟୁରୋ : ବାତ୍ୟା ଦାନା ଓଡ଼ିଶା ମୁହାଁ ହୋଇଛି । ଆଜି ମଧ୍ୟରାତ୍ରୀରୁ ଆସନ୍ତାକାଲି ପାହାନ୍ତି ଭିତରେ ବାତ୍ୟା ସ୍ଥଳପଥ ଅତିକ୍ରମ କରିବ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କିଲୋମିଟର ରହିବ । ବାତ୍ୟା ଦାନା ଯେପରି ବିଶେଷ କ୍ଷୟକ୍ଷତି ନ କରିବ ସେଥିପାଇଁ ଅପଡେଟ ଦେଇ ଆସୁଛି ଆଇଏମଡି । ସରକାରଙ୍କୁ ବାତ୍ୟାର ମୁକାବିଲା ପାଇଁ ମିନିଟ୍ ଟୁ ମିନିଟ୍ ସୂଚନା ସରକାରଙ୍କୁ ଦେଉଛି ଭାରତୀୟ ପାଣିପାଗ ବିଭାଗ । ଆଇଏମଡି ଡିଜି କହିଛନ୍ତି, ୨୦ ତାରିଖରୁ ପୂର୍ବାନୁମାନ କରିଥିବାରୁ ସରକାରଙ୍କୁ ପଦକ୍ଷେପ ନେବାରେ ସହଜ ହୋଇଛି । ଦାନା ଭୀଷଣ ବାତ୍ୟା ଭାବେ ସ୍ଥଳଭାଗ ମୁହାଁ ହେଉଛି । କିନ୍ତୁ ଫନି ଠାରୁ ଏହାର ପ୍ରକୋପ କମ ରହିବ । ତେବେ ୟାସ୍ ବାତ୍ୟା ଭଳି ଏହା ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର ।
କେମିତି ରହିବ ସ୍ଥିତି?
ଫନି ଠାରୁ କମ ବେଗରେ ପବନ ବହିବ
ଫନି ବାତ୍ୟାରେ ଘଣ୍ଟାପ୍ରତି ୨୦୦ରୁ ୨୨୦ କିମି ବେଗରେ ପବନ ବହୁଥିଲା
ବାତ୍ୟା ୟାସ୍ ଭଳି ହେବ ବାତ୍ୟା ଦାନା
ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିମି ରହିବ
କେନ୍ଦ୍ରାପଡା, ବାଲେଶ୍ବର, ଭଦ୍ରକ ପ୍ରଭାବିତ ହେବ, ଜଗତସିଂହପୁର ଆଂଶିକ ଭାବେ ପ୍ରଭାବିତ ହେବ
୨ ମିଟର ଉଚ୍ଚର ଲୁଣା ପାଣି ମାଡି ଆସିପାରେ
୨୦ରୁ ୩୦ ସେମି ବର୍ଷା ହୋଇପାରେ
ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ହେବ
ଅଷ୍ଟମୀ ନବମୀ ତିଥି ଥିବାରୁ ବଡ ଜୁଆରର ସେମିତି ଆଂଶକା ନାହିଁ
ଅକ୍ଟୋବରରେ ହେଉଥିବା ବାତ୍ୟା ଓଡ଼ିଶାକୁ ଅଧିକ ପ୍ରଭାବିତ କରେ
ମୌସୁମୀ ଫେରିବା ପରେ କେନ୍ଦ୍ରୀୟ ବଙ୍ଗୋପ ସାଗର ଉତ୍ତପ୍ତ ଥିବାରୁ ବାତ୍ୟା ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି ହୁଏ
ଦକ୍ଷିଣ ଚୀନ୍ ସାଗରରୁ ଆସିଥିବା ବାତ୍ୟାର ଅବଶିଷ୍ଟାଂଶ ହେଉଛି ଦାନା
ଦକ୍ଷିଣ ଚୀନ୍ ସାଗରରେ ଆସୁଥିବା ବାତ୍ୟା ଉତ୍ତର ପଶ୍ଚିମ ଦିଗରେ ଆସି ସମ୍ପୂର୍ଣ୍ଣ ନଷ୍ଟ ହୁଏ ନାହିଁ
ଯାହା ପରବର୍ତ୍ତୀ ସମୟରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି କରିବା ସହ ବାତ୍ୟାର ରୂପ ନେଇଥାଏ
ସମୁଦ୍ର ଉପରେ ୨୬ ଡିଗ୍ରୀ ସେଲସିୟସରୁ ଅଧିକ ତାପମାତ୍ରା ରହିଲେ ବାତ୍ୟା ସୃଷ୍ଟି ହୁଏ
ଏବେ ସମୁଦ୍ର ଉପରେ ୨୮ରୁ ୩୨ ଡିଗ୍ରୀ ଥିବାରୁ ବାତ୍ୟା ସୃଷ୍ଟି ହୋଇଛି
ଲା-ନିନା ସ୍ଥିତି ଥିବାରୁ ବାତ୍ୟା ସୃଷ୍ଟି ହୋଇଛି
ଲା-ନିନା ପାଇଁ ଅକ୍ଟୋବରରୁ ଡିସେମ୍ବର ଭିତରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇଥାଏ
ଲା-ନିନା ପାଇଁ ସୃଷ୍ଟି ହେଉଥିବା ବାତ୍ୟାର ଗତିପଥ ଓଡ଼ିଶା ଆଡକୁ ହୋଇଥାଏ
ଲା-ନିନା ପାଇଁ ସୃଷ୍ଟି ହେଉଥିବା ବାତ୍ୟା ଅଧିକ କ୍ଷତକାରୀ ହୋଇଥାଏ
ବାତ୍ୟା ୧୫ କିଲୋମିଟର ଉଚ୍ଚତା ଭିତରେ ରହିଥାଏ
ବାୟୁମଣ୍ଡଳର ପ୍ରଭାବ ହିସାବରେ ବାତ୍ୟା ଗତି କରିଥାଏ
୨୪ ଓ ୨୫ରେ ପ୍ରବଳ ବର୍ଷା ହେବ
ହେନ୍ତାଳ ବଣ ଜୁଆର ଓ ପବନର ବେଗକୁ କିଛିମାତ୍ରାରେ ହ୍ରାସ କରିଥାଏ
ହେନ୍ତାଳ ବଣ ବାତ୍ୟାର ତୀବ୍ରତା କମାଇପାରେ କିନ୍ତୁ ପୂରା ଦୁର୍ବଳ କରିନଥାଏ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)