ପୁରୀରୁ ବାଲେଶ୍ୱର ଭିତରେ ଅତିକ୍ରମ କରିପାରେ ବାତ୍ୟା ‘ଦାନା’ ; ପାଣିପାଗ ବିଜ୍ଞାନୀଙ୍କ ଆକଳନ

ସମ୍ଭାବ୍ୟ ବାତ୍ୟାକୁ ନେଇ ପାଣିପାଗ ବିଜ୍ଞାନୀ ଶରତ ସାହୁଙ୍କ ଆକଳନ । ପୁରୀରୁ ବାଲେଶ୍ବର ଭିତରେ ଅତିକ୍ରମ କରିପାରେ ବାତ୍ୟା ଦାନା । ଆସନ୍ତା କାଲି ଲାଣ୍ଡଫଲ ନେଇ ସ୍ପଷ୍ଟ ହେବ ଚିତ୍ର ।

27+++++++++

କନକ ବ୍ୟୁରୋ: ପୁରୀରୁ ବାଲେଶ୍ବର ଭିତରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ‘ଦାନା’ । ଆଇଏମଡି ବର୍ତ୍ତମାନ ସୁଦ୍ଧା ଲାଣ୍ଡଫଲ ନେଇ ସ୍ପଷ୍ଟ କରିନାହିଁ । ତେବେ ପାଣିପାଗ ବିଜ୍ଞାନୀ ଶରତ ସାହୁଙ୍କ ଆକଳନ ଅନୁସାରେ ପୁରୀରୁ ବାଲେଶ୍ବର ଭିତରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିପାରେ । ବାତ୍ୟା ଗତିପଥକୁ ନେଇ ଭିନ୍ନ ଭିନ୍ନ ମଡେଲରେ ଏଭଳି ଚିତ୍ର ବି ଦେଖିବାକୁ ମିଳୁଛି ବୋଲି ଶରତ ସାହୁ କହିଛନ୍ତି। 

ସେପଟେ ବାତ୍ୟା ‘ଦାନା’ ପାଇଁ ଆଲର୍ଟ ମୋଡ଼ରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ। ଏସଆରସିଙ୍କ କାର୍ୟ୍ୟାଳୟରେ ଖୋଲିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ବାତ୍ୟା କେଉଁ ବାଟେ ଦେଇ ଯିବ, ବାତ୍ୟାର ଗତିପଥ ଉପରେ କଣ୍ଟ୍ରୋଲ ରୁମ୍ ତୀକ୍ଷଣ ନଜର ରଖିଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକର କାର୍ଯ୍ୟ ଉପରେ ନଜର ରଖିଛି ଏସଆରସିଙ୍କ କାର୍ଯ୍ୟାଳୟରେ ଖୋଲିଥିବା କଣ୍ଟ୍ରୋଲ ରୁମ । ସେପଟେ ବାତ୍ୟା ସ୍ଥିତିର ମୁକାବିଲା ପାଇଁ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକୁ ଯିବେ ବରିଷ୍ଠ ଆଇଏସ୍ ଅଧିକାରୀ । କେଉଁ ଜିଲ୍ଲାକୁ କେତେ ଏନଡ଼ିଆରଏଫ ଏବଂ ଓଡ୍ରାଫ ଟିମ ଯିବେ, ସେନେଇ ଚାଲିଛି ଯୋଜନା । ଉପକୂଳ ଓଡ଼ିଶା ଯଥା ବାଲେଶ୍ଵର, ଭଦ୍ରକ, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତିରେ ଅଧିକ ଏନଡ଼ିଆରଏଫ, ଓଡ୍ରାଫ  ଓ ଅଗ୍ନିଶମ ଟିମ୍ ମୁତୟନ ହେବେ।
 

ବାତ୍ୟା ନେଇ ଭୟଭୀତ ନହେବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ   ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ କରିବେ ବାତ୍ୟା ସମୀକ୍ଷା । ଅପରାହ୍ନ ୪ ଟା ରେ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ କରିବେ ସମୀକ୍ଷା । ରାଜସ୍ୱ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ରହିବେ ଉପସ୍ଥିତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe