ଧାମରା ଦେଇ ଯିବ ବାତ୍ୟା ; ପୁରୀ – ସାଗରଦ୍ୱୀପ ଦେଇ କରିବ ଅତିକ୍ରମ

ଧାମରା ଦେଇ ଯିବ ବାତ୍ୟା; ପୁରୀ – ସାଗରଦ୍ୱୀପ ଦେଇ କରିବ ଅତିକ୍ରମ । ପାରାଦୀପଠାରୁ ୭୩୦ କିଲୋମିଟର ଦୂରରେ ସୃଷ୍ଟି ହୋଇଛି ଅବପାତ ।

23dhamra

କନକ ବ୍ୟୁରୋ: ଆସିଛି ବାତ୍ୟା ଦାନାକୁ ନେଇ ଅପଡେଟ୍ ଖବର । ପାଣିପାଗ ବିଭାଗର ସୂଚନା ଅନୁସାରେ, ଲଘୁଚାପ ଅବପାତରେ ପରିଣତ ହୋଇଛି, ଯାହା ପାରାଦୀପଠାରୁ ୭୩୦ କିଲୋମିଟର ଦୂରରେ ରହିଛି । ଏହା ପଶ୍ଚିମ – ଉତ୍ତର- ପଶ୍ଚିମ ଦିଗରେ ଏହା ଅଗ୍ରସର ହେଉଛି । ଏହାସହ ଆସନ୍ତା କାଲି ସୁଦ୍ଧା ଏହା ବାତ୍ୟାରେ ପରିଣତ ହୋଇସାରିଥିବ । 

ପାଣିପାଗ ବିଭାଗର ଆକଳନ ଅନୁସାରେ, ବାତ୍ୟା ‘ଦାନା’ ଧାମରା ଦେଇ ଅତିକ୍ରମ କରିବ । ପୁରୀରୁ ସାଗରଦ୍ୱୀପ ମଧ୍ୟରେ କୌଣସି ସ୍ଥାନରେ ଏହା ସ୍ଥଳଭାଗ ଛୁଇଁବା ନେଇ ଆକଳନ କରାଯାଇଛି । ଏଥିପାଇଁ ରାଜ୍ୟର ସମସ୍ତ ବନ୍ଦରକୁ ଏବେ ୧ ନମ୍ବର ବିପଦ ସଙ୍କେତରେ ଆଲର୍ଟ କରାଯାଇଛି । ଏବଂ ମତ୍ସ୍ୟଜୀବୀଙ୍କୁ ସମୁଦ୍ରରୁ ଫେରିଆସିବା ସହ ୨୫ ତାରିଖ ଯାଏଁ ସମୁଦ୍ର ଭିରତକୁ ନଯିବାକୁ ସତର୍କ କରାଯାଇଛି । ଏହାସହ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ପୁରୀ , କଟକ, ଖୋର୍ଦ୍ଧାକୁ ଆଲର୍ଟ ଜାରି କରାଯାଇଛି । ଆସନ୍ତାକାଲି ସନ୍ଧ୍ୟାଠାରୁ ପାଗରେ ପରିବର୍ତ୍ତନ ହେବା ନେଇ ସୂଚନା ରହିଛି । ଆସନ୍ତାକାଲିଠାରୁ ବର୍ଷା ନେଇ ମଧ୍ୟ ସୂଚନା ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe