କନକ ବ୍ୟୁରୋ: ସମୁଦ୍ର ମଧ୍ୟରେ ବଳ ଗୋଟାଉଛି ବାତ୍ୟା ଦାନା । ଆଜି ଅବପାତର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଧିରେ ଧିରେ ଏହା ସ୍ଥଳଭାଗ ମୁହାଁ ହୋଇ ଭିତରକନିକାରୁ ଧାମରା ଭିତରେ ସ୍ଥଳଭାଗ ଛୁଇଁବାର ଆଶଙ୍କା ରହିଛି । ଓଡ଼ିଶା ଭିତରକୁ ପ୍ରବେଶ କରିବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ରହିବା ନେଇ ଆଶଙ୍କା ରହିଛି । ୨୪ ତାରିଖ ରାତିରେ ଏହା ତେବେ ସ୍ଥଳଭାଗ ଛୁଇଁବା ପରେ ବାତ୍ୟାର ପ୍ରକୋପ ଧିରେ ଧିରେ ହ୍ରାସ ପାଇବ । ବାତ୍ୟା ପାଇଁ ଅଧା ଓଡ଼ିଶା ପ୍ରଭାବିତ ହେବାର ଆଶଙ୍କା ରହିଛି । ଏଥିପାଇଁ ୬ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, କଟକ ଓ ଯାଜପୁର ଜିଲ୍ଲା ଉପରେ ଏହାର ସିଧା ପ୍ରଭାବ ପଡ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ସମୁଦ୍ର ଭିତରେ ଶକ୍ତି ଗୋଟାଉଛି ‘ଦାନା’; ୨୪ ରାତିରେ ସ୍ଥଳଭାଗ ଛୁଇଁବା ନେଇ ସୂଚନା
ଓଡ଼ିଶା ଆଡକୁ ମାଡି ଆସୁଛି ବାତ୍ୟା । ବଙ୍ଗୋପସାଗରରେ ଶକ୍ତି ଗୋଟାଉଛି ଦାନା । ଭୀଷଣ ରୂପ ନେଇ ୨୪ ରାତି ଅଧରେ ଛୁଇଁବ ସ୍ଥଳଭାଗ । ଏହା ଭିତରକନିକାରୁ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇବା ନେଇ ପାଣିପାଗ ବିଭାଗ ପ’ରୁ ଆକଳନ କରାଯାଇଛି । ଏଥିରେ ପ୍ରଭାବିତ ହେବ ଅଧା ଓଡିଶା ।