କନକ ବୁରୋ: ଉତ୍ତର କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ କେନ୍ଦ୍ରୀଭୁତ ହୋଇ ରହିଛି ଘୂର୍ଣ୍ଣିବଳୟ । ସମୁଦ୍ରରେ ଅଧିକ ଘନୀଭୂତ ହୋଇ ଆଜି ସକାଳେ ସକ୍ରିୟ ଲଘୁଚାପର ରୂପ ନେବ । ଏହା ଧିରେ ଧିରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ମଙ୍ଗଳବାର ନଅବପାତର ରୂପ ନେବ ଲଘୁଚାପ । ସମୁଦ୍ରରେ ଅବପାତ ଅଧିକ ଘନୀଭୂତ ହୋଇ ୨୩ ତାରିଖ ସୁଦ୍ଧା ବାତ୍ୟାର ରୂପ ନେବ।
ସମୁଦ୍ର ଭିତରେ ବଳ ଗୋଟାଇ ଆଗକୁ ବଢ଼ୁଥିବା ସମ୍ଭାବ୍ୟ ବାତ୍ୟାର ନାଁ ‘ଦାନା’ ଦିଆଯାଇଛି। ବାତ୍ୟାର ରୂପ ନେବା ପରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ସମୁଦ୍ର ଭିତରେ ବଳ ଗୋଟାଇ ୨୪ତାରିଖରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୧ ତାରିଖରୁ ସମୁଦ୍ର ଅଶାନ୍ତ ହୋଇପଡିବ । ତେଣୁ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଏଥିସହ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ଆଜି ସୁଦ୍ଧା ସମୁଦ୍ରରୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ପ୍ରଭାବରେ ୨୩ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ସୃଷ୍ଟି ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ
ଆଣ୍ଡାମାନସାଗରରେ କେନ୍ଦ୍ରୀଭୂତ ଘୂର୍ଣ୍ଣିବଳୟ
ଆଜି ସକାଳେ ଲଘୁଚାପର ରୂପ ନେବ
୨୨ ତାରିଖ ସକାଳୁ ଅବପାତରେ ପରିଣତ ହେବ
୨୩ ତାରିଖ ସୁଦ୍ଧା ସାମୁଦ୍ରିକ ଝଡ଼ର ରୂପ ନେବ
ସମ୍ଭାବ୍ୟ ବାତ୍ୟାର ନାଁ ‘ଦାନା’ ଦଆଯାଇଛି
ସମୁଦ୍ର ଭିତରେ ବଳ ଗୋଟାଇବ ବାତ୍ୟା
ଉତ୍ତର-ପଶ୍ଚିମ ଦିଗରେ ଗତିକରି ଉପକୂଳ ମୁହାଁହେବ
୨୪ରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ସମ୍ଭାବନା
ରାଜ୍ୟରେ ୨୩ରୁ ପ୍ରବଳ ବର୍ଷା ସମ୍ଭାବନା
୨୪ ତାରିଖ ଓ ୨୫ତାରିଖରେ ପ୍ରବଳ ବର୍ଷା ହେବ
ଅକ୍ଟୋବର ୨୨ରୁ ସମୁଦ୍ର ଅଶାନ୍ତ ରହିବ
୨୩ରୁ ଘଂଟାପ୍ରତି ୪୦ରୁ ୪୫ କିମି ବେଗରେ ପବନ ବହିବ
ପବନର ସର୍ବାଧିକ ବେଗ ଘଂଟା ପ୍ରତି ୧୦୦ରୁ ୧୨୦ କିମି ରହିବ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/10/21/HNlQxzZptp2O2gt8XpUO.jpg)