କନକ ବ୍ୟୁରୋ : ବାତ୍ୟା ଦାନା କ୍ଷୟକ୍ଷତିର ଆସିଲା ଚୂଡ଼ାନ୍ତ ରିପୋର୍ଟ । ଦାନା ଉଡ଼ାଇଲା ୬୧୬ କୋଟି ୧୯ ଲକ୍ଷ ୩୦ ହଜାର ଟଙ୍କା । ବାତ୍ୟା ଓ ବନ୍ୟା ପ୍ରଭାବରେ ୧୪ ଜିଲ୍ଲା ପ୍ରଭାବିତ ହୋଇଥିଲା । ୧୬୬ ବ୍ଲକରୁ ୧୩୧ ବ୍ଲକ ପ୍ରଭାବିତ ହୋଇଛି । ୧୧୬୩୭ ଗାଁ ଓ ୪୧.୦୪ ଲକ୍ଷ ଲୋକ ବାତ୍ୟାରେ ପ୍ରଭାବିତ ହୋଇଛନ୍ତି ।

Advertisment

ଏହାଛଡ଼ା ୩ ଲକ୍ଷ ୬୨ ହଜାର ୯୩୫.୩୭ ହେକ୍ଟର ଚାଷ ଜମି ପ୍ରଭାବିଚ ହୋଇଛି । ୧ ଲକ୍ଷ ୭୨ ହଜାର ୩୫୬.୮ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି । ୧୬ ହଜାର ୪୧୭ ଘର ବାତ୍ୟାରେ ପ୍ରଭାବିତ ହୋଇଛି । ୨୧ କୋଟି ୩୨ ଲକ୍ଷ ଟଙ୍କାର ଘର କ୍ଷତିଗ୍ରସ୍ତ ହୋଇଛି । ବାତ୍ୟା ମୁକାବିଲା ପାଇଁ ଖର୍ଚ୍ଚ ହୋଇଛି ୨୩ କୋଟି ୭୩ ଲକ୍ଷ ୭୬ ହଜାର ଟଙ୍କା ।

ଦିନେ କିମ୍ବା ଦୁଇ ଦିନ ଭିତରେ ବାତ୍ୟା କ୍ଷତିଗ୍ରସ୍ତଙ୍କୁ ମିଳିବ କ୍ଷତିପୂରଣ । ଜିଲ୍ଲାପାଳ ମାନେ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି ।

ବାତ୍ୟା ଦାନା ପ୍ରଭାବରେ ହୋଇଥିବା କ୍ଷୟକ୍ଷତିର ଚୂଡାନ୍ତ ରିପୋର୍ଟ ଆସିଛି । ୬୧୬ କୋଟି ୧୯ ଲକ୍ଷ ୩୦ ହଜାର ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ପ୍ରଭାବିତ ହୋଇଛି ୧୪ଟି ଜିଲ୍ଲାର ୧୩୧ଟି ବ୍ଲକ । ୩ ଲକ୍ଷ ୬୨ ହଜାର ୯୩୫ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । ଜମିରେ ୩୩ ପ୍ରତିଶତରୁ ଅଧିକ କ୍ଷତି ହୋଇଥିଲେ ରିଲିଫ ପରିଧି ଭିତରକୁ ଆସିବ ।