ଆରବସାଗରରେ ବାତ୍ୟା ‘ଆସନା’ ଆତଙ୍କ ; ବାତ୍ୟାର ଗତିପଥ ଦେଖି ଆଚମ୍ବିତ ବୈଜ୍ଞାନିକ

Advertisment

ଆରବସାଗରରେ ବାତ୍ୟା ‘ଆସନା’ ଆତଙ୍କ ; ବାତ୍ୟାର ଗତିପଥ ଦେଖି ଆଚମ୍ବିତ ବୈଜ୍ଞାନିକ । ଭୂ-ପୃଷ୍ଠରୁ ଲଘୁଚାପ ସୃଷ୍ଟି ହୋଇ ସମୁଦ୍ର ଉପରେ ନେଲା ବାତ୍ୟାର ରୂପ ।

ଆରବସାଗରରେ ବାତ୍ୟା ‘ଆସନା’ ଆତଙ୍କ ; ବାତ୍ୟାର ଗତିପଥ ଦେଖି ଆଚମ୍ବିତ ବୈଜ୍ଞାନିକ । ଭୂ-ପୃଷ୍ଠରୁ ଲଘୁଚାପ ସୃଷ୍ଟି ହୋଇ ସମୁଦ୍ର ଉପରେ ନେଲା ବାତ୍ୟାର ରୂପ ।

asna

କନକ ବ୍ୟୁରୋ: ବାତ୍ୟାର ରୂପ ନେଲା ଆରବ ସାଗରରେ ସୃଷ୍ଟି ଲଘୁଚାପ। ଧିରେ ଧିରେ ଏହା ମଝି ସମୁଦ୍ରରେ ଭୟଙ୍କର ରୂପ ନେଉଛି। ତେବେ ବାତ୍ୟା ‘ଆସନା’ର ରୂପ ଦେଖି ଆଚମ୍ବିତ ହୋଇଛନ୍ତି ପାଣିପାଗ ବିଜ୍ଞାନୀ। ୪୮ ବର୍ଷ ପରେ ଏକ ବାତ୍ୟାର ଗତିପଥ ଦେଖି ଆଶ୍ଚର୍ୟ୍ୟ ଚକିତ ହୋଇ ପଡିଛନ୍ତି ବୈଜ୍ଞାନିକ। 

୧୯୭୬ ମସିହା ପରେ ପ୍ରଥମ ଥର କୌଣସି ବାତ୍ୟା ସ୍ଥଳଭାଗ ଅତିକ୍ରମ କରି ସମୁଦ୍ରରେ ଉଗ୍ର ରୂପ ନେଇଛି। ଗୁଜୁରାଟ ଭୂ-ପୃଷ୍ଠ ଉପରେ ଲୋପ୍ରେସର ସିଷ୍ଟମ୍ ସୃଷ୍ଟି ହେବାରୁ ଏହା ପ୍ରଭାବରେ ପ୍ରବଳ ବର୍ଷା ହୋଇଥିଲା। ତେବେ ଆଶ୍ଚର୍ୟ୍ୟର କଥା ହେଉଛି ଲଘୁଚାପ ଅବପାତର ରୂପ ନେଇ ଆରବସାଗର ଆଡକୁ ଆଗେଇ ଗଭୀର ଅବପାତର ରୂପ ନେଇଥିଲା। ଆଉ ଏବେ ଏହା ବାତ୍ୟାର ରୂପ ନେଇଛି। 

ଏହି ବାତ୍ୟାକୁ ଆସନା ନାମିତ କରାଯାଇଛି। ସାଧାରଣତଃ ମୌସୁମୀ ସମୟରେ ଆରବ ସାଗରର ତାପମାତ୍ରା ୨୬ ଡିଗ୍ରୀ ସେଲସିଅସ୍ ତଳେ ରୁହେ। ଆଉ ବାତ୍ୟା ସେତେବେଳେ ସୃଷ୍ଟି ହୁଏ ଯେତେବେଳେ ତାପମାତ୍ରା ୨୬.୫ ଡିଗ୍ରୀ ଉପରେ ରହେ। ସେଥିପାଇଁ ଜୁଲାଇରୁ ସେପ୍ଟେମ୍ୱର ମଧ୍ୟରେ ଆରବ ସାଗରରେ ବାତ୍ୟାର ସମ୍ଭାବନା ରହିଥାଏ। ଆଉ ଏବେ ଆସନା ବାତ୍ୟା ଗୁଜରାଟ ଉପକୂଳର ୧୭୦ କିଲୋମିଟର ଦୂରରେ ରହିଛି। ଓମାନ ଆଡକୁ ଆଗଉଛି ଆସନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe