କନକ ବ୍ୟୁରୋ:  ପୁଣି ସୃଷ୍ଟି ହେବ ଘୁର୍ଣ୍ଣିବଳୟ । ଆସନ୍ତା ୧୩ ରୁ ୧୫ ତାରିଖ  ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ରହିଛି । ଆସନ୍ତା ୧୫ ତାରିଖ ପରେ କମିବ ବର୍ଷାର ବିସ୍ତୃତି । ବର୍ତ୍ତମାନ ଏକ ଘୁର୍ଣ୍ଣିବଳୟ ଝାଡ଼ଖଣ୍ଡ ଉପରେ ରହିଛି । ଯେଉଁଥିପାଇଁ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ଭାରି ବର୍ଷା ହୋଇପାରେ । ଆସନ୍ତାକାଲି ତଥା ୧୧ ଓ ୧୨ ତାରିଖରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

Advertisment

୧୩-୧୫ ତାରିଖ ପର୍ୟ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ବିଶେଷ କରି ୧୩ ତାରିଖରେ ସୁନ୍ଦରଗଡ଼, କେଉଁଝର, ମୟୁରଭଞ୍ଜ ଜିଲ୍ଲାରେ ହୋଇପାରେ ବର୍ଷା । ପରେ ୧୫ ତାରିଖରୁ କମିବ ବର୍ଷାର ପରିମାଣ । ଆକଳନ ଅନୁସାରେ ଲଘୁଚାପର ଆକଳନ ହୋଇନାହିଁ କେବଳ ଘୁର୍ଣ୍ଣିବଳୟ ୧୩ କିମ୍ବା ୧୪ ତାରିଖରେ ହୋଇପାରେ । କିନ୍ତୁ ମୌସୁମୀ ପ୍ରଭାବରେ ୧ ଜୁନରୁ ଆଜି ପର୍ୟ୍ୟନ୍ତ ବର୍ଷାର ପରିମାଣ ୩୪ପ୍ରତିଶତ ରହିଛି ଯାହାକି ସ୍ୱାଭାବିକ ଠାରୁ ଅଧିକ ବୋଲିପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।