କନକ ବ୍ୟୁରୋ : ଧରାପଡ଼ିଲେ ସାଇବର ଲୁଟେରା ।ହ୍ବାଟସଆପରେ ଲିଙ୍କ୍ ପଠାଉଥିଲେ, ଟ୍ରେଡିଙ୍ଗରେ ଇନଭେଷ୍ଟ ପାଇଁ କହୁଥିଲେ ।ଅଧିକ ରିଟନ୍ ଲୋଭ ଦେଖାଇ, ଭର୍ଚୁଆଲ ନମ୍ବରରେ ଯୋଗାଯୋଗ କରୁଥିଲେ।ଶେଷରେ ଟ୍ରେଡିଙ୍ଗ୍ ନାମରେ ବଲାଙ୍ଗିର ଜଣେ ଉଚ୍ଚ ଶିକ୍ଷିତ ଲୋକଙ୍କୁ ୭୫ ଲକ୍ଷ ଟଙ୍କାର ଚୁନା ଲଗାଇ ଥିଲେ ସ୍ମାର୍ଟ ଠକ । ସାଇବର ଥାନାରେ ଅଭିଯୋଗ ପରେ ୪ ସାଇବର ଠକ ଗିରଫ ହୋଇଛନ୍ତି ।
ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଅଧିକ ଲୋଭରେ ଫ୍ରଡ୍ ଆପ୍ଲିକେସନରେ ଲଗାଇଥିଲେ ପୁରା ୭୫ ଲକ୍ଷ ଟଙ୍କା ।ସାଇବର ପୋଲିସର ତଦନ୍ତ ପରେ ଇମେଲରୁ ମିଲିଲା ସୁରାକ୍ ।ବଲାଙ୍ଗିର ସାଇବର ଥାନାର ଏକ ଟିମ୍ ରାଜସ୍ଥାନ ହରିଆନର ଗଙ୍ଗାନଗର ଓ ଜୁରୁ ଜିଲ୍ଲାକୁ ଯାଇଥିଲା ।ସେଠାରୁ ୪ଜଣଙ୍କୁ ଧରିଛି ସାଇବର ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/aIIL9vDulxh9unaAWWfZ.jpg)