କନକ ବ୍ୟୁରୋ : ସାବଧାନ ସମ୍ୱଲପୁରରେ ମାତିଛନ୍ତି ସାଇବର ଲୁଟେରା । ବିଭିନ୍ନ ଆଳରେ ଲିଙ୍କ୍‌ ପଠାଇ ଚୁଟକିରେ ଆକାଉଣ୍ଟ ଖାଲି କରିଦେଉଛନ୍ତି । ସେପଟେ ସାଇବର ଠକଙ୍କ ମୁକାବିଲା କରିପାରୁନି ସମ୍ବଲପୁର ସାଇବର ଥାନା । ମାତ୍ର ୪ ଜଣ ଷ୍ଟାଫ୍‌ ଅଛନ୍ତି , ଅଭିଯୋଗ କଲେ ଫଳ ଶୂନ ।    

ଲିଙ୍କ୍‌ରେ କ୍ଲିକ୍‌ ପରେ ଟଙ୍କା ଗାୟବ୍‌
ଠକଙ୍କ ଠିକଣା ପାଉନି ସାଇବର ଥାନା

Advertisment

ପୁଲିସକୁ ଚୂନ ଲଗାଉଛନ୍ତି ଠକ। ଡିଜିଟାଲ ଯୁଗରେ ଡିଜିଟାଲ ଠକେଇ । ସମ୍ୱଲପୁରରେ ମାତିଛନ୍ତି ସାଇବର ଠକ । ବିଭିନ୍ନ ଲିଙ୍କ୍‌ ପଠାଇ ଲୋକଙ୍କ ଆକାଉଣ୍ଟ କରୁଛନ୍ତି ଖାଲି । ଦେଖନ୍ତୁ ଏହି ସ୍କ୍ରିନସଟ୍, ଷ୍ଟକ୍‌ରେ ଇନଭେଷ୍ଟ ନାଁରେ ଗ୍ରୁପ୍‌ରେ ମେସେଜ ଆସିଲା, ଏଥିରେ ଇନଭେଷ୍ଟ କଲା ପରେ, ଟଙ୍କା ଗାୟବ୍‌ । ସେହିପରି ଆରଟିଓ ନାଁରେ ଫେକ୍‌ ଚାଲାଣ ଆସୁଛି କ୍ଲିକ୍ କଲେ ଆକାଉଣ୍ଟ ଖାଲି । ମୋବାଇଲକୁ ଇ- ଚାଲଣ ମେସେଜ ଓ ଲିଙ୍କ୍‌ ଆସିଲା, କ୍ଲିକ୍‌ କଲା ପରେ ଆକାଉଣ୍ଟ ଖାଲି । ଏହିଭଳି ଠକେଇର ଶିକାର ହୋଇଛନ୍ତି ସମ୍ୱଲପୁରର ଜଣେ ଯୁବକ । 

 ଠକଙ୍କୁ ପାରୁନି ପୁଲିସ
 ନାହିଁ ନାହିଁରେ ଚାଲିଛି ସାଇବର ଥାନା

ଠକେଇ ଟଙ୍କା ମିଳିବାର କୌଣସି ଗ୍ୟାରେଣ୍ଟି ନାହିଁ । କାରଣ ସମ୍ବଲପୁର ସାଇବର ଥାନାରେ ମାତ୍ର ୪ ଜଣ । ଜଣେ ଇନ୍ସପେକ୍ଟର, ଜଣେ ସବ୍- ଇନ୍ସପେକ୍ଟର ଓ ଦୁଇ ଜଣ କନେଷ୍ଟବଳ ଭରସାରେ ଚାଲିଛି ଥାନା । ସାଇବର କି କମ୍ୟୁନିକେସନ ଏକ୍ସପର୍ଟ ନାହାନ୍ତି । ନଜର ପକାନ୍ତୁ ୫ ବର୍ଷର ରେକର୍ଡ ଉପରେ, ଚଳିତ ବର୍ଷ ସାଇବର ଥାନାରେ ରୁଜୁ ହୋଇଛି ୧୬ଟି ମାମଲା, ୪ କୋଟି ୮୮ ଲକ୍ଷ ୭୯ ହଜାର ୫୬ ଟଙ୍କା ଠକେଇ, ଫେରସ୍ତ ମିଳିଛି ମାତ୍ର ୨ ଲକ୍ଷ ୫୦ ହଜାର । ସେହିପରି ୨୦୨୪ ରେ ୩୫ ଟି ମାମଲା, ୨୦୨୩ରେ ୨୭, ୨୦୨୨ରେ ୫୪ ଓ ୨୦୨୧ରେ ୨୦ ଟି ଡିଜିଟାଲ ଫ୍ରଡ୍ ମାମଲା ରୁଜୁ ହୋଇଛି । ଭଗବାନ ଭରସାରେ ଚାଲିଛି ସାଇବର ଥାନା । ଟେକ୍ନୋଲଜି ଅଭାବରୁ ସ୍ମାର୍ଟ ସାଇବର ଚୋରଙ୍କ ମୁକାବିଲାରେ ଫେଲ୍‌ ମାରୁଛି ସାଇବର ସ୍କ୍ବାଡ୍ ।