କନକ ବ୍ୟୁରୋ: ସାଇବର ସୈତାନଙ୍କୁ ସାବାଡ଼ ପାଇଁ ପୁଲିସ ଡିଜି ୱାଇ.ବି. ଖୁରାନିଆଙ୍କ ତାଲିମ୍ କାର୍ଯ୍ୟକ୍ରମ । ୪ ଦିନ ପାଇଁ ସାଇବର ପାଠ ପଢ଼େଇବେ ଏକ୍ସପର୍ଟ । କନେଷ୍ଟବଳଙ୍କ ଠାରୁ ଆରମ୍ଭ କରି ଡ଼ିଏସପି ରାଙ୍କର ଅଫିସରଙ୍କୁ ଦିଆଯିବ ଏହି ତାଲିମ । ସେହିପରି ରାଜ୍ୟରେ ଖୋଲିବ ଆଉ ୨୦ ସାଇବର ଥାନା । ୩୪ ଜିଲ୍ଲାର ସମସ୍ତ ଥାନାରେ ରହିବେ ଜଣେ ଜଣେ ସାଇବର ଏକ୍ସପର୍ଟ I ୨୦୨୪ ମସିହାରେ ସାଇବର ହେଲ୍ପଲାଇନ ନମ୍ବର ୧୯୩୦ରୁ ମୋଟ ସାଢ଼େ ୬ ଲକ୍ଷ ଫୋନ କଲ ଆସିଛି ।
ଏହାସହିତ ସାଇବର ଥାନା ଏବଂ ନିକଟସ୍ଥ ଥାନାରେ ହୋଇଥିବା ଅଭିଯୋଗର ତଥ୍ୟ ଅଲଗା I ଏଥିମଧ୍ୟରୁ ୩୮ ହଜାରରୁ ଅଧିକ ଲୋକେ ଆର୍ଥିକ ଠକେଇର ଶିକାର ହୋଇଛନ୍ତି । ଏଥିରେ ୩୭୬ କୋଟି ଟଙ୍କା ଠକେଇ ହୋଇଛି । ୩୭ କୋଟି ଟଙ୍କା ବ୍ଲକ କରିବାରେ ପୁଲିସ ସଫଳ ହୋଇଥିବା ବେଳେ, ମାତ୍ର ୪ କୋଟି ଟଙ୍କା ଫେରି ପାଇଛନ୍ତି ଲୋକେ । ସେହିପରି ୨୦୨୫ ଏପ୍ରିଲ ମାସ ସୁଦ୍ଧା ୧୪ ହଜାର ଅଭିଯୋଗ ପାଇଛି ପୁଲିସ । ଯେଉଁଥିରେ ୧୧୦ କୋଟିରୁ ଅଧିକ ଟଙ୍କା ଠକି ନେଇଛନ୍ତି ସାଇବର ସୈତାନ । ଏଥିରେ ମାତ୍ର ୧୨ କୋଟି ବ୍ଲକ କରି ପାରିଥିବା ବେଳେ, ଦେଢକୋଟି ଟଙ୍କା ଫେରାଇଛି ପୁଲିସ ।