କନକ ବ୍ୟୁରୋ: ୩ ବର୍ଷରେ ୧୨୫ କୋଟି ଲୁଟି ନେଲେଣି ସାଇବର ଲୁଟେରା । ଏନେଇ ଏବେଯାଏଁ ୬ ହଜାର ୩୬୮ଟି ମାମଲା ରୁଜୁ ହୋଇଛି । ଗିରଫ ହୋଇଛନ୍ତି ୧୩୮୮ ଜଣ ଲୁଟେରା । କିନ୍ତୁ ବିଡମ୍ବନାର କଥା ହେଲା ଲୋକଙ୍କୁ ଫେରସ୍ତ ହୋଇଛି ମାତ୍ର ୨ କୋଟି ୫୨ ଲକ୍ଷ ଟଙ୍କା ।
୨୦୨୩ରେ ୨୩୪୮ ଟି ମାମଲାରେ ୫୨୨ ଗିରଫ ହୋଇଥିବା ବେଳେ ଲୁଟ୍ ହୋଇଛି ୪୭ କୋଟି ୯୪ ଲକ୍ଷ ଟଙ୍କା । ରାଜ୍ୟରେ ଏହି ଘଟଣା ବାରମ୍ବାର ଘଟୁଥିବାବେଳେ ଏ ଘଟଣାରେ ସରକାର ଶକ୍ତ ପଦକ୍ଷେପ ନେଉଛନ୍ତି । ଆଗକୁ ମଧ୍ୟ ଏପରି ଘଟଣାକୁ କିପରି ରୋକିହେବ, ଏବଂ ଲେକାଙ୍କୁ ଅଧିକରୁ ଅଧିକ ସଚେତନ କରିବାକୁ ସରକାର ଚେଷ୍ଟା କରୁଛନ୍ତି ବୋଲି ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/12/02/SJ5E3vQOyWtS41yGh7md.jpg)