ଦକ୍ଷିଣ ଓଡ଼ିଶାରେ ସାଇବର ଠକଙ୍କ ମାୟାଜାଲ, ଆଡମିସନ କରାଇବା ଭୟ ଦେଖାଇ କ୍ୟୁଆର କୋଡ୍ ମାଧ୍ୟମରେ ଲୁଟୁଛନ୍ତି ଟଙ୍କା

 ସେପଟେ ନବରଙ୍ଗପୁର ଜିଲ୍ଲାରେ ବି ସାଇବର ଠକ ମାତିଛନ୍ତି । କଲେଜ ପ୍ରିନ୍ସିପାଲ ପରିଚୟ ଦେଇ ଛାତ୍ରଙ୍କ ବାପାଙ୍କଠାରୁ ଠକି ନେଇଛନ୍ତି ୨୩ ହଜାର ଟଙ୍କା। ନୂଆ କରି କଲେଜରେ ଆଡମିସନ୍ ନେଇଥିବା ପିଲାଙ୍କ କ୍ୟାରିୟର ଅନ୍ଧାର ହୋଇଯିବା ଭୟ ଦେଖାଇ ସେମାନଙ୍କ ଅଭିଭାବକଙ୍କଠୁ ଟଙ୍କା ଲୁଟ କରିଛନ୍ତି ସାଇବର ଠକ। ମୁଁ  କଲେଜର ପ୍ରିନ୍ସପାଲ କହୁଛି ଏମିତି କହି ଫୋନ୍ କରୁଛନ୍ତି । ତମ ପୁଅର ଆଡ଼ମିସନ କର, ଆଜି ଶେଷ ତାରିଖ ଅଛି ନଚେତ ତୁମ ପୁଅ ଆଉ ଆଗକୁ ଅଡିମିଶନ କରିପାରିବ ନାହିଁ । ଏମିତି ଭୟ ଦେଖାଇ କ୍ୟୁଆର କୋଡ଼ ମାଧ୍ୟମରେ ଆକାଉଣ୍ଟ ଖାଲି କରିଦେଉଛନ୍ତି।

45

କନକ ବ୍ୟୁରୋ : ସାଇବର ଠକଙ୍କ ମାୟାଜାଲ। କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ମାତିଛନ୍ତି ସାଇବର ଠକ । କୋରାପୁଟରେ କ୍ୟୁଆର କୋଡ଼ ମାଧ୍ୟମରେ ଠକେଇ ନେଇ ଅଭିଯୋଗ ଆସିଛି । ଲୁଟର ଶିକାର ହେବା ପରେ ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି ୬ଜଣ ଯୁବକ ଯୁବତୀ। ଠକ ଜଣଙ୍କ ଭିନ୍ନ ଭିନ୍ନ ପନ୍ଥା ଆପଣାଇ ପ୍ରାୟ ୪ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛି । 

 ସେପଟେ ନବରଙ୍ଗପୁର ଜିଲ୍ଲାରେ ବି ସାଇବର ଠକ ମାତିଛନ୍ତି । କଲେଜ ପ୍ରିନ୍ସିପାଲ ପରିଚୟ ଦେଇ ଛାତ୍ରଙ୍କ ବାପାଙ୍କଠାରୁ ଠକି ନେଇଛନ୍ତି ୨୩ ହଜାର ଟଙ୍କା। ନୂଆ କରି କଲେଜରେ ଆଡମିସନ୍ ନେଇଥିବା ପିଲାଙ୍କ କ୍ୟାରିୟର ଅନ୍ଧାର ହୋଇଯିବା ଭୟ ଦେଖାଇ ସେମାନଙ୍କ ଅଭିଭାବକଙ୍କଠୁ ଟଙ୍କା ଲୁଟ କରିଛନ୍ତି ସାଇବର ଠକ। ମୁଁ  କଲେଜର ପ୍ରିନ୍ସପାଲ କହୁଛି ଏମିତି କହି ଫୋନ୍ କରୁଛନ୍ତି । ତମ ପୁଅର ଆଡ଼ମିସନ କର, ଆଜି ଶେଷ ତାରିଖ ଅଛି ନଚେତ ତୁମ ପୁଅ ଆଉ ଆଗକୁ ଅଡିମିଶନ କରିପାରିବ ନାହିଁ । ଏମିତି ଭୟ ଦେଖାଇ କ୍ୟୁଆର କୋଡ଼ ମାଧ୍ୟମରେ ଆକାଉଣ୍ଟ ଖାଲି କରିଦେଉଛନ୍ତି। ଏଭଳି ବାରମ୍ବାର ଫୋନ୍ କରି ଟଙ୍କା ଲୁଟ୍ କରୁଛନ୍ତି। ଏହାକୁ ନେଇ ଅଭିଭାବକ ମାନେ ଏକପ୍ରକାର ଭୟଭୀତ ହୋଇପଡିଛନ୍ତି। ଏକାଧିକ ଅଭିଭାବକ ଏ ସମ୍ପର୍କରେ ଉମରକୋଟ ପେନ୍ଥ୍ରାଣୀ କଲେଜ ପହଂଚି ପ୍ରିନ୍ସପାଲଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଉମରକୋଟ ଥାନାରେ ମଧ୍ୟ ଏତଲା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe