ସାଇବର ସୈତାନଙ୍କ ସାଂଘାତିକ ତରିକା, ଗୋଟିଏ କଲରେ ଆକାଉଣ୍ଟ କରିଦେଉଛନ୍ତି ଖାଲି

Advertisment

ଫୋନ୍‌ ଉଠାଇବା ମାତ୍ରେ ସଫା ହୋଇଯିବ ଆପଣଙ୍କ ଆକାଉଣ୍ଟ। ଏହିଭଳି କିଛି ନମ୍ବରରୁ କଲ ଆସିବା ପରେ, ଯଦି ଆପଣ ଏହାକୁ ରିସିଭ କରିଦେଲେ ତାହେଲେ କଥା ସରିଲା। ସାଇବର ଠକ ନିଜ ହିସାବରେ ଓଟିପି ଦେଇ ସବୁ ଡାଟା ନିଜ କବ୍‌ଜାକୁ ନେଇ ଯାଉଛନ୍ତି। ସମସ୍ତ ଫଟୋ ଓ ଭିଡିଓ ମୋବାଇଲରୁ ନେଇ ତାକୁ ଡିପଫେକ୍‌ ଆପ୍‌ ଦ୍ୱାରା ଅଶ୍ଳୀଳ ଫଟୋ କରି ଭାଇରାଲ କରିଦେବାକୁ ଧମକ ଦେଉଛନ୍ତି। ଏପରି ଠକେଇକୁ କଲ ମର୍ଜିଂର ନୂଆ ଟ୍ରେଣ୍ଡ ବୋଲି କହୁଛନ୍ତି ସାଇବର ପୁଲିସ

A6

କନକ ବ୍ୟୁରୋ : ସାମ୍ନାକୁ ଆସିଛି ସାଇବର ସୈତାନଙ୍କ ସାଙ୍ଘାତିକ ଚିତ୍ର। ଆଉ ଏବେ ଓଟିପି, ଲିଙ୍କରେ କ୍ଲିକ କି  ଏପିକେ ଫାଇଲ ଡାଉନଲୋଡ୍‌ ନୁହେଁ। ଗୋଟିଏ କଲ କରି ଆକାଉଣ୍ଟରୁ ଟଙ୍କା ଗାଏବ କରି ଦେଉଛନ୍ତି ଠକ। ଖାଲି ସେତିକି ନୁହେଁ, ଫ୍ରି ୱାଇ ଫାଇ କିମ୍ବା ଚାର୍ଜିଂ ପଏଣ୍ଟରେ ଥରେ ଫୋନ ଲଗାଇ ଦେଲେ ଆପଣ ସର୍ବସ୍ୱାନ୍ତ ହୋଇଯାଇପାରନ୍ତି। ସବୁ ସୀମା ପାର୍ କରିଗଲେଣି ସାଇବର ଠକ। ଏବେ ପୁଣି ଠକେଇର ନୂଆ ବାଟ ବାହାର କରିଛନ୍ତି, ଯାହା ଆପଣଙ୍କ ହୋସ୍‌ ଉଡାଇ ଦେବ। ଫୋନ୍‌ ଉଠାଇବା ମାତ୍ରେ ସଫା ହୋଇଯିବ ଆପଣଙ୍କ ଆକାଉଣ୍ଟ। ଏହିଭଳି କିଛି ନମ୍ବରରୁ କଲ ଆସିବା ପରେ, ଯଦି ଆପଣ ଏହାକୁ ରିସିଭ କରିଦେଲେ ତାହେଲେ କଥା ସରିଲା। ସାଇବର ଠକ ନିଜ ହିସାବରେ ଓଟିପି ଦେଇ ସବୁ ଡାଟା ନିଜ କବ୍‌ଜାକୁ ନେଇ ଯାଉଛନ୍ତି। ସମସ୍ତ ଫଟୋ ଓ ଭିଡିଓ ମୋବାଇଲରୁ ନେଇ ତାକୁ ଡିପଫେକ୍‌ ଆପ୍‌ ଦ୍ୱାରା ଅଶ୍ଳୀଳ ଫଟୋ କରି ଭାଇରାଲ କରିଦେବାକୁ ଧମକ ଦେଉଛନ୍ତି। ଏପରି ଠକେଇକୁ କଲ ମର୍ଜିଂର ନୂଆ ଟ୍ରେଣ୍ଡ ବୋଲି କହୁଛନ୍ତି ସାଇବର ପୁଲିସ

ଅଧିକ ପଢ଼ନ୍ତୁ :ସରକାରଙ୍କ ବଡ଼ ପଦକ୍ଷେପ : ସାଇବର ଠକ ପିନ୍ଧିବେ ହାତକଡ଼ି

ଆପଣଙ୍କ ମୋବାଇଲରେ ସେଭ୍‌ ନଥିବା ନମ୍ବର ଉଠାଇବା ପୂର୍ବରୁ ଭଲ ଭାବରେ ଯାଞ୍ଚ କରନ୍ତୁ। ସେହି ନମ୍ବରଟି ଦେଶ ଭିତରର କିମ୍ବା ବାହାର ନମ୍ବର ପ୍ରଥମେ ଜାଣିବାକୁ ଚେଷ୍ଟା କରନ୍ତୁ। ନମ୍ବରଟି ଯଦି +୯୨ ହେଉଛି ପାକିସ୍ତାନ, +୮୬ ହୋଇଥିଲେ ଚାଇନା, +୬୨ ହୋଇଥିଲେ ଇଣ୍ଡୋନେସିଆ, +୪୯ ହେଲେ ଜର୍ମାନୀ ଓ +୩୯ ଇଟାଲୀ। ଏହିଭଳି ଅନେକ କୋଡରୁ ଆପଣଙ୍କୁ ଫୋନ ଆସିପାରେ। ଖାଲି ସେତିକି ନୁହେଁ, ଏବେ ସାମ୍ନାକୁ ଆସିଛି ‘ଜୁସ୍‌ ଜ୍ୟାକିଙ୍ଗ’ଓ ଯଦି ଆପଣ କୌଣସି ସ୍ଥାନରେ ଫ୍ରି 'ୱାଇ ଫାଇ' କିମ୍ବା ମାଗଣା ଚାର୍ଜିଙ୍ଗ ପୋର୍ଟ ବ୍ୟବହାର କରୁଛନ୍ତି ତାହା ଆପଣଙ୍କ ପାଇଁ ବିପଦ ବଢ଼ାଇବ। ବିଶେଷକରି ଏୟାରପୋର୍ଟ, ରେଳ ଷ୍ଟେସନ ଏବଂ ବସଷ୍ଟାଣ୍ଡ ମାନଙ୍କରେ ଏହି ଠକେଇ ହେଉଥିବା ନଜିର ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe