ଅନଲାଇନ୍ ଗେମିଂ ଆପ୍ ମାଧ୍ୟମରେ ସାଇବର ଠକେଇ : ୱିଙ୍ଗୋ ଆପ୍ ଉପରେ ରୋକ ​​ଲଗାଇଲେ ସରକାର

Advertisment

ଏହି ଆପ୍ ବ୍ୟବହାରକାରୀଙ୍କ ଫୋନ୍‌କୁ ନକଲି ଏସ୍‌ଏମ୍‌ଏସ୍‌ ମେସେଜ୍ ପଠାଇ ସେମାନଙ୍କଠାରୁ ଟଙ୍କା ଆଦାୟ କରୁଥିବା‌ ଅଭିଯୋଗ ହୋଇଛି । ଏହି ସୂଚନା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପାଖରେ ପହଞ୍ଚିବା ପରେ ତଦନ୍ତ କକରାଯାଇ ଆପ୍‌କୁ ବ୍ଲକ୍ କରାଯାଇଛି ।

ଏହି ଆପ୍ ବ୍ୟବହାରକାରୀଙ୍କ ଫୋନ୍‌କୁ ନକଲି ଏସ୍‌ଏମ୍‌ଏସ୍‌ ମେସେଜ୍ ପଠାଇ ସେମାନଙ୍କଠାରୁ ଟଙ୍କା ଆଦାୟ କରୁଥିବା‌ ଅଭିଯୋଗ ହୋଇଛି । ଏହି ସୂଚନା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପାଖରେ ପହଞ୍ଚିବା ପରେ ତଦନ୍ତ କକରାଯାଇ ଆପ୍‌କୁ ବ୍ଲକ୍ କରାଯାଇଛି ।

Gaming aap

Gaming aap Photograph: (kanak news)

କନକ ବ୍ୟୁରୋ : ଗେମିଂ ଆପ୍ କହି ଲୋକଙ୍କୁ ବିଭ୍ରାନ୍ତ କରି ସାଇବର ଠକେଇ କରୁଥିବା ଅଭିଯୋଗ ଆଧାରରେ ସରକାର ୱିଙ୍ଗୋ ଆପ୍‌କୁ ବ୍ଲକ୍ କରିଛନ୍ତି । ଏହି ଆପ୍ ବ୍ୟବହାରକାରୀଙ୍କ ଫୋନ୍‌କୁ ନକଲି ଏସ୍‌ଏମ୍‌ଏସ୍‌ ମେସେଜ୍ ପଠାଇ ସେମାନଙ୍କଠାରୁ ଟଙ୍କା ଆଦାୟ କରୁଥିବା‌ ଅଭିଯୋଗ ହୋଇଛି । ଏହି ସୂଚନା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପାଖରେ ପହଞ୍ଚିବା ପରେ ତଦନ୍ତ କକରାଯାଇ ଆପ୍‌କୁ ବ୍ଲକ୍ କରାଯାଇଛି ।

ଗୃହ ମନ୍ତ୍ରଣାଳୟର କଡ଼ା ପଦକ୍ଷେପ

ଅଧିକାରୀମାନେ କହିଛନ୍ତି, ଆଣ୍ଡ୍ରଏଡ୍ ଆପ୍ ବିରୋଧରେ ଅନେକ ଅଭିଯୋଗ ପାଇବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଆପ୍ ବ୍ୟବହାରକାରୀମାନେ ଅଜାଣତରେ ସାଇବର ଅପରାଧୀମାନଙ୍କ ଦ୍ୱାରା ପରିଚାଳିତ ଏସ୍‌ଏମ୍‌ଏସ୍‌ ଠକେଇ ନେଟୱାର୍କର ଶିକାର ହେଉଥିବ‌ ଅଭିଯୋଗ ହୋଇଥିଲା ।

ଅଧିକ ପଢ଼ନ୍ତୁ---ଆମେରିକା-ଇରାନ୍ ଯୁଦ୍ଧ, ଭାରତ ଉପରେ ପଡ଼ିବ କ’ଣ ପ୍ରଭାବ?

ଆପର ପ୍ରଚାର କରୁଥିବା ୟୁଟ୍ୟୁବ୍ ଭିଡିଓଗୁଡ଼ିକୁ ବ୍ଲକ୍

ସରକାର ଆପ୍‌ର ନିୟନ୍ତ୍ରଣ କେନ୍ଦ୍ରକୁ ବ୍ଲକ୍ କରିଛନ୍ତି । ଏହି ମାମଲାରେ ୧.୫୩ ଲକ୍ଷ ଉପଭୋକ୍ତା ଓ ୫୦ ରୁ ଅଧିକ ୟୁଟ୍ୟୁବ୍ ଭିଡିଓ ସହିତ ଚାରୋଟି ଟେଲିଗ୍ରାମ ଚ୍ୟାନେଲକୁ ମଧ୍ୟ ବ୍ଲକ୍ କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ, ଥରେ ଜଣେ ଉପଭୋକ୍ତା ଆପ୍ ଡାଉନଲୋଡ୍ କଲେ, ଏହା ସାଇବର ଅପରାଧ ପାଇଁ ଉପଭୋକ୍ତାଙ୍କ ଫୋନ୍ ମାଧ୍ୟମରେ ଏସ୍‌ଏମ୍‌ଏସ୍‌ ପଠାଇବା ଆରମ୍ଭ କରିଥାଏ ।

ଲକ୍ଷ ଲକ୍ଷ ଉପଭୋକ୍ତା ଅଜାଣତରେ ଠକେଇର ଶିକାର

ଏହା ଦୈନିକ ୧୫.୩ ନିୟୁତ ଲୋକଙ୍କ ପାଖରେ ପହଞ୍ଚୁଥିଲା । ଆପ୍‌ର ଛୋଟ ଦୈନିକ ପେମେଣ୍ଟ ଦ୍ୱାରା ପ୍ରଲୋଭିତ ହୋଇ, ୧୫.୩ ନିୟୁତରୁ ଅଧିକ ୟୁଜର ଅଜାଣତରେ ଏହି ସାଇବର ଅପରାଧର ଶିକାର ହୋଇଥିଲେ । ଇ-ଚାଲାଣ ସହିତ ଜଡିତ ସାଇବର ଠକେଇର ତଦନ୍ତ ସମୟରେ ଆପ୍‌ର ସନ୍ଦେହ ଜନକ ଭୂମିକା ସାମ୍ନାକୁ ଆସିବା ପରେ ନୋଏଡା ପୁଲିସ ଏନେଇ ତଦନ୍ତ କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe