କନକ ବ୍ୟୁରୋ: ବୌଦ୍ଧ ଜିଲ୍ଲାପାଳଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ଟଙ୍କା ମାଗିଲେ ସାଇବର ଠକ । ଜିଲ୍ଲାପାଳଙ୍କ ଯୋଗାଯୋଗରେ ଥିବା ସମସ୍ତଙ୍କୁ ଟଙ୍କା ମାଗିବାରେ ଲାଗିଥିଲା ଏହି ସାଇବର ଠକ । ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଫଟୋ ଲଗାଇ ଏକ ଫେକ ଆକାଉଣ୍ଟ ଖୋଲାଯାଇଛି । ସେଥିରେ ନିଜକୁ ଜିଲ୍ଲାପାଳ ବୋଲି ପରିଚୟ ଦେଇ ଜିଲ୍ଲାର ବିଭିନ୍ନ ବିଭାଗର କର୍ମଚାରୀ ଓ ଜନସାଧାରଣଙ୍କୁ ଟଙ୍କା ମାଗୁଛନ୍ତି ସାଇବର ଠକ । ଏଭଳି ଘଟଣା ବୌଦ୍ଧ ଜିଲ୍ଲାପାଳଙ୍କ ନଜରକୁ ଆସିବା ପରେ ଜିଲ୍ଲା ଲୋକସମ୍ପର୍କ ଅଧିକାରୀଙ୍କ ଜରିଆରେ ଏଭଳି ମେସେଜରୁ ଦୂରେଇ ରହିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ନିବେଦନ କରାଯାଇଛି । ଘଟଣା ନେଇ ତଦନ୍ତ ଆରମ୍ଭ ହୋଇଛି । ସାଇବର ସେଲ୍ ପକ୍ଷରୁ ନମ୍ବର ଟ୍ରାକ୍ କରିବା ଦିଗରେ ତଦନ୍ତ ଚାଲିଛି ।
ନିଜକୁ ଜିଲ୍ଲାପାଳ କହି ଠକିଦେଲା ; ଫେକ୍ ଆକାଉଣ୍ଟ ଖୋଲି ଟଙ୍କା ଲୁଟିନେଲା
ବୌଦ୍ଧ ଜିଲ୍ଲାପାଳଙ୍କ ନାଁରେ ଠକେଇ । ଫେକ୍ ଆକାଉଣ୍ଟ ଖୋଲି ଟଙ୍କା ମାଗିଲେ ସାଇବର ଠକ । ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଫଟୋ ଲଗାଇ ମାଗୁଥିଲା ଟଙ୍କା ।
/kanak/media/media_files/2025/08/22/58-2025-08-22-15-12-27.jpg)