କନକବ୍ୟୁରୋ : ବଡ଼ ସାଇବର ଠକେଇର ପର୍ଦ୍ଦାଫାଶ । ୬ କୋଟି ୨୮ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ୧୭ ଅନ୍ତଃରାଜ୍ୟ ଠକଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଜ। ତାମିଲନାଡୁର ୯ ଜଣ, ଗୁଜରାଟର ୮ ଓ ରାଜସ୍ଥାନରୁ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ରାଜସ୍ଥାନରୁ ଆଉ ୭ ଜଣଙ୍କୁ ଗିରଫ କରାଯାଇ ଟ୍ରାଞ୍ଜିଟ ରିମାଣ୍ଡରେ ଅଣାଯାଉଥିବା କ୍ରାଇମ୍‌ବ୍ରାଞ୍ଚ ଏଡିଜି ବିନୟ ତୋଷ ମିଶ୍ର ସୂଚନା ଦେଇଛନ୍ତି । ହ୍ବାଟ୍‌ସଆପ୍ ଗ୍ରୁପ୍ କରି ନିବେଶକଙ୍କୁ ପ୍ରଲୋଭନ ଦେଖାଉଥିଲେ। ଭଲ ରିଟର୍ଣ୍ଣ ମିଳିବ କହି ଟଙ୍କା ଲୁଟୁଥିଲେ । 

Advertisment