ସାଇବର ଠକେଇ ମାମଲା । ୪ ଆନ୍ତଃରାଜ୍ୟ ସାଇବର ଲୁଟେରାଙ୍କୁ ବାନ୍ଧିଲା ପୋଲିସ୍ ।

ବହୁ ଚର୍ଚ୍ଚିତ ସାଇବର ଠକେଇ ମାମଲାରେ ଝାରସୁଗୁଡ଼ା ପୁଲିସକୁ ବଡ଼ ସଫଳତା। ୪ ଆନ୍ତଃରାଜ୍ୟ ସାଇବର ଲୁଟେରାଙ୍କୁ ଗିରଫ କରିଛି ଝାରସୁଗୁଡ଼ା ପୋଲିସ । ସେମାନଙ୍କ ନିକଟରୁ ଲୁଟ୍ ହୋଇଥିବା ଟଙ୍କା, ସାଇବର ଠକେଇରେ ବ୍ୟବହାର କରାଯାଉଥିବା ଲ୍ୟାପ୍‌ଟପ୍‌, ସିମ୍, ମୋବାଇଲ, କମ୍ପ୍ୟୁଟର ଆଦି ଜବତ ହୋଇଛି।

lootera

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ସାଇବର ଠକେଇ ମାମଲାରେ ଝାରସୁଗୁଡ଼ା ପୁଲିସକୁ ବଡ଼ ସଫଳତା। ୪ ଆନ୍ତଃରାଜ୍ୟ ସାଇବର ଲୁଟେରାଙ୍କୁ ଗିରଫ କରିଛି ଝାରସୁଗୁଡ଼ା ପୋଲିସ । ସେମାନଙ୍କ ନିକଟରୁ ଲୁଟ୍ ହୋଇଥିବା ଟଙ୍କା, ସାଇବର ଠକେଇରେ ବ୍ୟବହାର କରାଯାଉଥିବା ଲ୍ୟାପ୍‌ଟପ୍‌, ସିମ୍, ମୋବାଇଲ, କମ୍ପ୍ୟୁଟର ଆଦି ଜବତ ହୋଇଛି। ଅଭିଯୁକ୍ତମାନେ ଗୁଜରାଟ ରାଜ୍ୟ ସୁରଟର ଶାହାରୁଖ ଉପର ଖାତିକ୍, ଶରଦ ଶୁକଲାଲ୍ ମାଲୀ, ରାହିଲ ଶେଖ୍ ଓ ହନିଫ୍ ଇଶା ବୋଲି ସୂଚନା ମିଳିଛି । ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍ ଓ ଏସପି ସ୍ମିତ୍ ପି ପରମାର ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ପ୍ରଦାନ କରିଛନ୍ତି । 

ଅଭିଯୋଗ ଅନୁସାରେ, ସଦର ଥାନା ଅନ୍ତର୍ଗତ ବେହେରାପାଟରେ ରହୁଥିବା ସୁରଟର ଜଗଦୀଶ କରାଭାଇ ଭରଦ୍ୱାଜଙ୍କ ନିକଟକୁ ଗତ ମେ’ ମାସ ୧୩ ତାରିଖରେ ଏକ ଅଜଣା ନମ୍ବରରୁ ହ୍ୱାଟସଆପ୍ କଲ୍ ଆସିଥିଲା। ସେ ଫୋନ୍ ଗ୍ରହଣ କରିବା ପରେ ଫୋନ୍ କରିଥିବା ବ୍ୟକ୍ତି ନିଜକୁ ମୁମ୍ବାଇ ପୁଲିସ ପରିଚୟ ଦେଇଥିଲା। ଶ୍ରୀ ଭରଦ୍ୱାଜଙ୍କ ନାମରେ କୋଟି କୋଟି ଟଙ୍କାର ମନି ଲଣ୍ଡରିଂର ଅଭିଯୋଗ ଥିବା ନେଇ ଉକ୍ତ ବ୍ୟକ୍ତି ଦର୍ଶାଇଥିଲା। ଅନଲାଇନରେ ତଦନ୍ତ ପରେ ଶ୍ରୀ ଭରଦ୍ୱାଜଙ୍କୁ ପ୍ରଥମେ ୨୦ ଲକ୍ଷ ଟଙ୍କା ମଗାଯାଇଥିଲା । ଦ୍ୱିତୀୟ ପର୍ୟ୍ୟାୟରେ ପୁଣିଥରେ ୧୪ ଲକ୍ଷ ଟଙ୍କା ନେଇଥିଲେ ଲୁଟେରା। ଏନେଇ ଶ୍ରୀ ଭରଦ୍ୱାଜ ସଦର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। 

ଝାରସୁଗୁଡ଼ା ପୁଲିସର ସାଇବର ସେଲ୍ ଏହି ଘଟଣାକୁ ଅନୁଧ୍ୟାନ କରୁଥିବା ବେଳେ ଡିଜିଟାଲ ପ୍ରମାଣ ମଧ୍ୟ ସଂଗ୍ରହ କରିବା ଆରମ୍ଭ କରିଦେଇଥିଲା । ତଥ୍ୟ ଆଧାରରେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଗୁଜରାଟର ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ପରେ ଏହି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା। ଗିରଫ ପରେ ଅଭିଯୁକ୍ତଙ୍କ ନିକଟରୁ ନଗଦ ୨ ଲକ୍ଷ ଟଙ୍କା ଜବତ କରାଯାଇଥିବା ବେଳେ ୧୭ ଲକ୍ଷ ଟଙ୍କା ଥିବା ଆକାଉଣ୍ଟକୁ ଫ୍ରିଜ୍ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ସେହିଭଳି ଅଭିଯୋଗକାରୀଙ୍କ ଆକାଉଣ୍ଟକୁ ୧୪ ଲକ୍ଷ ଟଙ୍କା ମଧ୍ୟ ଫେରିଥିବା ବେଳେ ସୁରାଟରେ ଥିବା ଏହି ସାଇବର ଠକଙ୍କ ଅଫିସକୁ ମଧ୍ୟ ପୁଲିସ୍ ସିଲ୍ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe