ଟୁଇନ ସିଟିରେ ବଢୁଛି ସାଇବର ଅପରାଧ ; ୨୦୨୪ରେ ରୁଜୁ ହୋଇଛି ୭ ହଜାରରୁ ଅଧିକ ମାମଲା

ଟୁଇନ ସିଟିରେ ବଢୁଛି ସାଇବର ଅପରାଧ । କମିଶନରେଟ୍‌ ପୋଲିସର ବାର୍ଷିକ ରିପୋର୍ଟ। ଗତବର୍ଷ ରୁଜୁ ହୋଇଛି ୭ ହଜାର ୨୬୩ ମାମଲା । ୮୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକିଛନ୍ତି ସାଇବର ଲୁଟେରା । 

4ି

କନକ ବ୍ୟୁରୋ: ଟୁଇନ ସିଟିରେ ବଢୁଛି ସାଇବର ଅପରାଧ । କମିଶନରେଟ୍‌ ପୋଲିସର ବାର୍ଷିକ ରିପୋର୍ଟ ସାମନାକୁ ଆସିଛି । ଡକାୟତି, ଲୁଟ, ଚୋରି ଗତବର୍ଷ କଟକ ଓ ଭୁବନେଶ୍ୱରରେ କମିଛି । ସେହିପରି ଗୋଷ୍ଠୀକନ୍ଦଳ ଓ ଟ୍ରାଫିକ୍‌ କେସ୍‌ ସାମାନ୍ୟ ହ୍ରାସ ହୋଇଛି । ତେବେ କମିଶନରେଟ ପୋଲିସ ପାଇଁ ବଡ଼ ଚ୍ୟଲେଞ୍ଜ ପାଲଟିଛି ସାଇବର କ୍ରାଇମ୍ । 

୨୦୨୪ ମସିହାରେ ୭ ହଜାର ୨୬୩ ସାଇବର ମାମଲା ରୁଜୁ କରାଯାଇଛି । ୮୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ନେଇ ଅଭିଯୋଗ ହୋଇଛି । ଅଭିଯୋଗ ପରେ୨୩ କୋଟି୬୦ ଲକ୍ଷ ଟଙ୍କା ଫ୍ରିଜ କରାଯାଇଛି । ୨ କୋଟି ୫୦ ଲକ୍ଷ ଟଙ୍କା ଲୋକଙ୍କୁ ଫୋରସ୍ତ ହୋଇଛି । ସାଇବର ଅପରାଧ ରୋକିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି । ଟୋଲ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି । ତେବେ  ଟୁଇନ ସିଟିରେ ବଢୁଥିବା ଟ୍ରାଫିକ ସମସ୍ୟା ରୋକିବା ଓ ଦୁର୍ଘଟଣା ହାର କମାଇବା,୨୦୨୫ ମସିହାରେ କମିଶନରେଟ ପୋଲିସର ମୁଖ୍ୟ ପ୍ରୟାସ ରହିବ ବୋଲି କହିଛନ୍ତି କମିଶନର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe