କନକ ବ୍ୟୁରୋ: ଟୁଇନ ସିଟିରେ ବଢୁଛି ସାଇବର ଅପରାଧ । କମିଶନରେଟ୍‌ ପୋଲିସର ବାର୍ଷିକ ରିପୋର୍ଟ ସାମନାକୁ ଆସିଛି । ଡକାୟତି, ଲୁଟ, ଚୋରି ଗତବର୍ଷ କଟକ ଓ ଭୁବନେଶ୍ୱରରେ କମିଛି । ସେହିପରି ଗୋଷ୍ଠୀକନ୍ଦଳ ଓ ଟ୍ରାଫିକ୍‌ କେସ୍‌ ସାମାନ୍ୟ ହ୍ରାସ ହୋଇଛି । ତେବେ କମିଶନରେଟ ପୋଲିସ ପାଇଁ ବଡ଼ ଚ୍ୟଲେଞ୍ଜ ପାଲଟିଛି ସାଇବର କ୍ରାଇମ୍ । 

Advertisment

୨୦୨୪ ମସିହାରେ ୭ ହଜାର ୨୬୩ ସାଇବର ମାମଲା ରୁଜୁ କରାଯାଇଛି । ୮୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ନେଇ ଅଭିଯୋଗ ହୋଇଛି । ଅଭିଯୋଗ ପରେ୨୩ କୋଟି୬୦ ଲକ୍ଷ ଟଙ୍କା ଫ୍ରିଜ କରାଯାଇଛି । ୨ କୋଟି ୫୦ ଲକ୍ଷ ଟଙ୍କା ଲୋକଙ୍କୁ ଫୋରସ୍ତ ହୋଇଛି । ସାଇବର ଅପରାଧ ରୋକିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି । ଟୋଲ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି । ତେବେ  ଟୁଇନ ସିଟିରେ ବଢୁଥିବା ଟ୍ରାଫିକ ସମସ୍ୟା ରୋକିବା ଓ ଦୁର୍ଘଟଣା ହାର କମାଇବା,୨୦୨୫ ମସିହାରେ କମିଶନରେଟ ପୋଲିସର ମୁଖ୍ୟ ପ୍ରୟାସ ରହିବ ବୋଲି କହିଛନ୍ତି କମିଶନର ।