କନକବ୍ୟୁରୋ : ଜାପାନ ଏୟାର ଲାଇନ୍ସକୁ ସାଇବର ଆଟାକ୍ । ସକାଳ ପାଖାପାଖି ୭ଟା ୩୦ରେ ସାଇବର ଆଟାକ୍ ହୋଇଥିବା ଜଣାପଡ଼ିଛି । ଏୟାରଲାଇନ୍ସର ଭିତର ଓ ବାହାର ସିଷ୍ଟମ ପ୍ରଭାବିତ ହୋଇଛି । ସାଇବର ଆଟାକ୍ ଯୋଗୁ ଜାପାନ ଏୟାରଲାଇନ୍ସର ସେବା ବନ୍ଦ ରହିଛି । ଫ୍ଲାଇଟ୍ ଟିକେଟ୍ ବିକ୍ରି ମଧ୍ୟ ରଦ୍ଦ କରାଯାଇଛି । ଏହା ଦ୍ବାରା ଅନେକ ଘରୋଇ ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇପାରେ , ଜାପାନ ଏୟାର ଲାଇନ୍ସର ଦେଶର ଦ୍ବିତୀୟ ବଡ଼ ଏୟାରଲାଇନ୍ସ କମ୍ପାନୀ । ଜାପାନ ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ଯେ, ସାଇବର ଆଟାକ୍ ସମ୍ପର୍କରେ ତଥ୍ୟ ମିଳିସାରିଛି । ସିଷ୍ଟମ ରିକଭରି କରିବା ପାଇଁ ଉଦ୍ୟମ କରାଯାଉଛି।