Cuttack Photograph: (kanak news)
କନକ ବ୍ୟୁରୋ : ଆଜି ଶେଷ ହେବ ବିଶ୍ବପ୍ରସିଦ୍ଧ ଐତିହାସିକ କଟକ ବାଲିଯାତ୍ରା । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଗତକାଲି ବାଲିଯାତ୍ରା ଶେଷ ହୋଇଥାନ୍ତା । କିନ୍ତୁ ରାଜ୍ୟ ସରକାର ଏହାକୁ ଆଉ ଗୋଟିଏ ଦିନ ପାଇଁ ବଢାଇ ଥିଲେ । ଅର୍ଥାତ୍ ଆଜି ବାଲିଯାତ୍ରାର ଶେଷ ଦିନ। ପୁଣି ଅପେକ୍ଷା ଆରବର୍ଷକୁ । ଲକ୍ଷ ଲକ୍ଷ ଦର୍ଶକଙ୍କ କୋଳାହଳରେ ଫାଟିପଡୁଥିବା ମହାନଦୀ ପଠାରେ କାଲିକୁ ନଥିବ ଆଉ ଏ ଗହଳି। ଶୂନଶାନ୍ ହୋଇଯିବ ମଞ୍ଚ, ଏ ସାଜସଜା ବି ନଥିବ । ନିଜ ନିଜର ସାମଗ୍ରୀ ବାନ୍ଧି ବାହୁଡ଼ିଯିବେ ବ୍ୟବସାୟୀ । ନଭେମ୍ବର ୫ ତାରିଖରୁ ବାଲିଯାତ୍ରା ଆରମ୍ଭ ହୋଇଥିବା ବେଳେ ଆଜି ଏହା ସରିବାକୁ ଯାଉଛି ।
ଅଧିକ ପଢ଼ନ୍ତୁ--ବିଲ୍ଡିଂ ନମ୍ବର ୧୭, ରୁମ ନମ୍ବର ୧୩… ଏଇଠି ଭାଇ , ଭଉଣୀ ମିଶି ରଚୁଥିଲେ ଷଡ଼ଯନ୍ତ୍ର
ବହୁ ବାଦ ବିବାଦ ପରେ ଉଭୟ ତଳ ଏବଂ ଉପର ପଡ଼ିଆରେ ବାଲିଯାତ୍ରା ପାଇଁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଚଳିତବର୍ଷ ଉପର ପଡ଼ିଆରେ ସେମିତି ଭଲ ବ୍ୟବସାୟ ହୋଇନାହିଁ । କିନ୍ତୁ ତଳ ପଡ଼ିଆରେ ଖୁବ୍ ଜମିଛି ବିକ୍ରିବଟା । ବାଲିଯାତ୍ରାରେ ଲୋକେ ଭଳିକି ଭଳି ଚଟପଟା ଖାଦ୍ୟର ମଜା ନେବା ସହ ଘରକରଣା ସାମଗ୍ରୀ କିଣି ନେଇଛନ୍ତି । ରୋବୋଟିକ୍ ଆନିମଲ୍ଠୁ ଆରମ୍ଭ କରି ଜଳପରୀ ସୋ ସଭିଙ୍କୁ ଆକର୍ଷିତ କରିଥିଲା । ଚଳିତ ବର୍ଷ ବାଲିଯାତ୍ରାରେ କଟକ ଇନ୍ କଟକ ଭିତରେ ଓଡ଼ିଆ ଭାଷା ଓ ସାହିତ୍ୟ ନେଇ ଯେଉଁଭଳି ଭାବେ ସବୁ କାର୍ଯ୍ୟକ୍ରମ ହୋଇଥିଲା ତାହା ସମସ୍ତଙ୍କୁ ବେଶ୍ ଆକର୍ଷିତ କରିଥିଲା ।
Follow Us