କନକ ବ୍ୟୁରୋ: କଟକ ଜିଲ୍ଲାର ପ୍ରତିଭାଶାଳୀ ଯୁବ ଚେସ୍ ଖେଳାଳି ହର୍ଷିତ ରଞ୍ଜନ ସାହୁ ସମ୍ପ୍ରତି ସ୍ପେନ୍ ଓ ସ୍ୱିଡେନ୍ରେ ଆୟୋଜିତ ଆନ୍ତର୍ଜାତୀୟ ଚେସ୍ ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଫିଡେ ମାଷ୍ଟର (ଏଫ୍ଏମ୍) ଉପାଧି ଅର୍ଜନ କରିଛନ୍ତି । ସ୍ୱିଡେନର ପ୍ରସିଦ୍ଧ ରିଲଟନ୍ କପ୍ ପ୍ରତିଯୋଗିତାରେ ଦୃଢ଼ ଓ ଆତ୍ମବିଶ୍ୱାସୀ ଖେଳ ଦେଖାଇ ୩୫ ରେଟିଂ ପଏଣ୍ଟ ହାସଲ କରି ନିଜର ମୋଟ ରେଟିଂକୁ ୨୩୦୨କୁ ବୃଦ୍ଧି କରିଛନ୍ତି ।
ଏହା ବି ପଢ଼ନ୍ତୁ: ପ୍ରେମଦାସାରେ ୧୮ ହଜାର ଭାରତୀୟ, ୧୨ ହଜାର ପାକିସ୍ତାନୀ ପ୍ରଶଂସକ
ଫିଡେ ମାଷ୍ଟର୍ ମୁକୁଟ ଚେସ୍ ଖେଳରେ ପ୍ରାରମ୍ଭିକ ସଫଳତା ତଥା ଅଗ୍ରଗତିର ସ୍ବୀକୃତି ସ୍ବରୂପ ପ୍ରଦାନ କରାଯାଇଥାଏ । ଏହା ହର୍ଷିତଙ୍କ ଦୃଢ଼ ସଙ୍କଳ୍ପ ଓ ପ୍ରତିଭାର ପ୍ରମାଣ ବି ଦେଇଛି ।ହର୍ଷିତ କଟକ ଜିଲ୍ଲା ଚାମ୍ପିଅନ୍ ଖେଳାଳି ଭାବେ ପରିଚିତ । ସେ ପୂର୍ବରୁ କନିଷ୍ଠ ଓ ବରିଷ୍ଠ ବର୍ଗରେ ରାଜ୍ୟ ବିଜେତା ହେବା ସହ ଦୁଇ ଥର ଜାତୀୟ (୧୧ ଓ ୧୭ ବର୍ଷରୁ କମ୍) ଶୀର୍ଷ ୧୦ ଭିତରେ ରହିଥିଲେ । ତାଙ୍କ ପିତା ଡ଼ଃ ଅମରେଶ ସାହୁ ଏବିଆଇଟି ଇଞ୍ଜିନିୟରିଂ କଲେଜରେ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି ଏବଂ ମାତା ସୁଚିସ୍ମିତା ପରିଡ଼ା ଏଡେଲୱାଇସ୍ ଟୋକିଓ ଲାଇଫ୍ରେ ପ୍ରବନ୍ଧକ ଭାବେ କାମ କରୁଛନ୍ତି । ପରିବାରର ସମର୍ଥନ ଓ ନିରନ୍ତର ପ୍ରେରଣା ତାଙ୍କ ସଫଳତାର ମୂଳ ଶକ୍ତି ରୂପେ କାମ କରିଛି । ହର୍ଷିତଙ୍କ ଏହି ସଫଳତା ପଛରେ ପ୍ରଚେଷ୍ଟା, ଏଓସିଏ ଏବଂ ଏସ୍ଆର୍ ଚେସ୍ ସେଣ୍ଟରର ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି । ତାଙ୍କ ନିୟମିତ ପ୍ରଶିକ୍ଷଣ, ମାର୍ଗଦର୍ଶନ ଓ ସଂଗଠନର ସମର୍ଥନ ହର୍ଷିତଙ୍କୁ ଆନ୍ତର୍ଜାତୀୟ ମଞ୍ଚରେ ଦୃଢ଼ ପାଦ ରଖିବାକୁ ସହଯୋଗ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/15/harshit-2026-02-15-20-27-20.jpg)