କନକ ବ୍ୟୁରୋ: ସନ୍‌ସାଇନ୍‌ ଯୁବା ସଙ୍ଗଠନ ଆନୁକୂଲ୍ୟରେ ସହିଦନଗରସ୍ଥିତ ଇମ୍ଫା ବାସ୍କେଟ୍‌ବଲ୍ କୋର୍ଟରେ ଆୟୋଜିତ ଯୁବା ବାସ୍କେଟ୍‌ବଲ୍‌ ପ୍ରତିଯୋଗିତାରେ କଟକର ବ୍ଲଡ୍‌ଲାଇନ୍‌ ଦଳ ବିଜେତା ହୋଇଛି । ଏହି ଦଳ ଫାଇନାଲ୍‌ରେ ପୁରୀ ବଲର୍ସକୁ ୬୫-୩୯ ପଏଣ୍ଟ୍‌ରେ ପରାସ୍ତ କରିଛି । ପଶ୍ଚିମବଙ୍ଗ ‌ମେଟ୍ରୋ ରେଳବାଇ ଦ୍ବିତୀୟ ରନର୍‌ଅପ୍‌ ଟ୍ରଫି ପାଇଛି । ସୟଦ ଖାନ୍‌ ଫାଇନାଲ୍‌ର ଏବଂ ରାହୁଲ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । 

Advertisment

ଏହା ବି ପଢ଼ନ୍ତୁ: ଟି-ଟ୍ବେଣ୍ଟି ବିଶ୍ବକପ୍‌: ସମରା ସର୍ବକନିଷ୍ଠ ଶତକ ହାସଲକାରୀ

ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ବିଜେପି ନେତା ଜଗନ୍ନାଥ ପ୍ରଧାନ, ସୁଧୀର କମୁାର ଶତପଥୀ, ଚନ୍ଦନ କୁମାର ପାଲିତ, ସଚିନନ୍ଦନ ନାୟକ, ବିଶ୍ୱପ୍ରସାଦ ମହାନ୍ତି ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ । ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ସରୋଜ କୁମାର ପାତ୍ର, ସଭାପତି ବିଶ୍ବଜିତ ମହାନ୍ତି, ସଂପାଦକ ଦେବାଶିଷ ସବ୍ୟସାଚୀ ଚକ୍ର, ଆଦର୍ଶ ପଟ୍ଟନାୟକ, ଅନନ୍ତ କିଶୋର ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।