କଟକ ବଡ଼ ମେଡିକାଲର ଛାତ୍ରଛାତ୍ରୀଙ୍କୁ ମାଡ଼ ; ବ୍ରହ୍ମପୁର କଲେଜରେ ମାଡ଼ ମରାଯାଇଥିବା ଅଭିଯୋଗ

ଗତକାଲି ବ୍ରହ୍ମପୁର ମେଡିକାଲ କଲେଜରେ ଆୟୋଜିତ ଡ୍ୟୁଟି ମିଟ୍ କାର୍ଯ୍ୟକ୍ରମରେ ଯୋଗଦେବାକୁ କଟକ ବଡ଼ ମେଡିକାଲ ୧୧୦ ଡାକ୍ତରୀ ଛାତ୍ରଛାତ୍ରୀ ଯାଇଥିଲେ । ହେଲେ ସେଠାରେ ସ୍ବାଗତ ନାଁରେ ସେମାନଙ୍କୁ ମାଡ଼ ମାରି ଲହୁ ଲୁହାଣ କରାଯାଇଥିବା ଅଭିଯୋଗ ହୋଇଛି । 

6

କନକ ବ୍ୟୁରୋ : କଟକ ବଡ଼ ମେଡିକାଲର ଡାକ୍ତର ଛାତ୍ରଛାତ୍ରୀଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଥିବା ହୋଇଛି ଅଭିଯୋଗ । ଗତକାଲି ବ୍ରହ୍ମପୁର ମେଡିକାଲ କଲେଜରେ ଆୟୋଜିତ ଡ୍ୟୁଟି ମିଟ୍ କାର୍ଯ୍ୟକ୍ରମରେ ଯୋଗଦେବାକୁ କଟକ ବଡ଼ ମେଡିକାଲ ୧୧୦ ଡାକ୍ତରୀ ଛାତ୍ରଛାତ୍ରୀ ଯାଇଥିଲେ । ହେଲେ ସେଠାରେ ସ୍ବାଗତ ନାଁରେ ସେମାନଙ୍କୁ ମାଡ଼ ମାରି ଲହୁ ଲୁହାଣ କରାଯାଇଥିବା ଅଭିଯୋଗ ହୋଇଛି । ଯେଉଁ ବସ୍‌ରେ ପିଲାମାନେ ଯାଇଥିଲେ ସେ ବସ୍ ଭାଙ୍ଗି ଦେଇଛନ୍ତି ଏମ୍‌କେସିଜି ଛାତ୍ରଛାତ୍ରୀ ।

ପ୍ରତିବର୍ଷ ମେଡିକାଲ କଲେଜ ଗୁଡ଼ିକୁ ନେଇ ଆୟୋଜିତ ହୋଇଥାଏ ଏହି ଡ୍ୟୁଟି ମିଟ୍ କାର୍ଯ୍ୟକ୍ରମ । ଚଳିତବର୍ଷ ବ୍ରହ୍ମପୁର ମେଡିକାଲ କଲେଜରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେଠାରେ ଏସ୍‌ସିବି ଓ ଭୀମସାର ଡାକ୍ତରୀ ଛାତ୍ରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe