କନକ ବ୍ୟୁରୋ : କଟକ ବଡ଼ ମେଡିକାଲର ଡାକ୍ତର ଛାତ୍ରଛାତ୍ରୀଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଥିବା ହୋଇଛି ଅଭିଯୋଗ । ଗତକାଲି ବ୍ରହ୍ମପୁର ମେଡିକାଲ କଲେଜରେ ଆୟୋଜିତ ଡ୍ୟୁଟି ମିଟ୍ କାର୍ଯ୍ୟକ୍ରମରେ ଯୋଗଦେବାକୁ କଟକ ବଡ଼ ମେଡିକାଲ ୧୧୦ ଡାକ୍ତରୀ ଛାତ୍ରଛାତ୍ରୀ ଯାଇଥିଲେ । ହେଲେ ସେଠାରେ ସ୍ବାଗତ ନାଁରେ ସେମାନଙ୍କୁ ମାଡ଼ ମାରି ଲହୁ ଲୁହାଣ କରାଯାଇଥିବା ଅଭିଯୋଗ ହୋଇଛି । ଯେଉଁ ବସ୍ରେ ପିଲାମାନେ ଯାଇଥିଲେ ସେ ବସ୍ ଭାଙ୍ଗି ଦେଇଛନ୍ତି ଏମ୍କେସିଜି ଛାତ୍ରଛାତ୍ରୀ ।
ପ୍ରତିବର୍ଷ ମେଡିକାଲ କଲେଜ ଗୁଡ଼ିକୁ ନେଇ ଆୟୋଜିତ ହୋଇଥାଏ ଏହି ଡ୍ୟୁଟି ମିଟ୍ କାର୍ଯ୍ୟକ୍ରମ । ଚଳିତବର୍ଷ ବ୍ରହ୍ମପୁର ମେଡିକାଲ କଲେଜରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେଠାରେ ଏସ୍ସିବି ଓ ଭୀମସାର ଡାକ୍ତରୀ ଛାତ୍ରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/14/6-2025-10-14-12-54-35.jpg)