ବେଡ୍‌ରେ ରୋଗୀ, ବାରଣ୍ଡାରେ ସମ୍ପର୍କୀୟ: ବଡ଼ ମେଡିକାଲ୍‌ରେ ଅବ୍ୟବସ୍ଥା

ବଡ଼ ମେଡିକାଲରେ ନାହିଁ ଆବଶ୍ୟକ ଆଶ୍ରୟସ୍ଥଳୀ । ଚିକିତ୍ସା ପାଇଁ ଆସି ଅସୁବିଧା ଭୋଗୁଛନ୍ତି ଲୋକ । ରାତି ବିତାଇବା ପାଇଁ ମେଡିକାଲ ବାରଣ୍ଡା ପାଲଟିଛି ସାହାରା । ବାରମ୍ବାର ଅଭିଯୋଗ ହେଉଥିଲେ ସୁଦ୍ଧା ଏଭଳି କୌଣସି ସମସ୍ୟାର ସମାଧାନ ହେଉଥିବା ମନେ ହେଉନି ।  

4-SCB

କନକ ବ୍ୟୁରୋ: କଟକ ବଡ ମେଡିକାଲ, ଯାହା ଉପରେ ପ୍ରତିଦିନ ନିର୍ଭର କରନ୍ତି ହଜାର ହଜାର ରୋଗୀ । ଚିକିତ୍ସା ପାଇଁ ରାଜ୍ୟ ସମେତ ରାଜ୍ୟ ବାହାରର ଲୋକ ବି ଏସସିବି ଉପରେ ନିର୍ଭରଶୀଳ । କିନ୍ତୁ ଏଠାକୁ ରୋଗୀଙ୍କ ସହ ଆସୁଥିବା ସମ୍ପର୍କୀୟ ହନ୍ତସନ୍ତ ହେଉଛନ୍ତି । ଦିନ ଦିନ ଧରି ଚିକିତ୍ସା ପାଇଁ ରହୁଥିବା ରୋଗୀ ସମ୍ପର୍କୀୟ ମାନଙ୍କ ପାଇଁ ନାହିଁ ଆଶ୍ରୟସ୍ଥଳୀ । ଭିତରେ ରୋଗୀ ଚିକିତ୍ସା ଚାଲିଥିବାବେଳେ ସମ୍ପର୍କୀୟମାନଙ୍କ ପାଇଁ ମେଡ଼ିକାଲ ବାରଣ୍ଡା ହିଁ ଭରସା । ଗୋଟିଏ ପଟେ ରାତି ବିତାଇବା ପାଇଁ ଆନୁସଙ୍ଗିକ ସୁବିଧା ନଥିବା ବେଳେ ଚୋରିର ଭୟ ବି ରହୁଛି । ଆବଶ୍ୟକ ସଂଖ୍ୟାରେ ରାତ୍ରୀ ଆଶ୍ରୟସ୍ଥଳୀ ନଥିବାରୁ ରୋଗୀଙ୍କ ଆସିଥିବା ପରିବାରବର୍ଗ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାପୂର୍ବରୁ ଏସ୍‌ସିବିରୁ ଏମିତି ଅନେକ ଚିତ୍ର ସାମ୍ନାକୁ ଆସିଛି । ବାରମ୍ବାର ଅଭିଯୋଗ ହେଉଥିଲେ ସୁଦ୍ଧା ଏଭଳି କୌଣସି ସମସ୍ୟାର ସମାଧାନ ହେଉଥିବା ମନେ ହେଉନି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe