କଟକରେ ରନ୍ଧନ ଗ୍ୟାସ୍‌ର ଅଭାବ, ଡିପୋରୁ ଠିକ୍ ସମୟରେ ଆସୁନି ସିଲିଣ୍ଡର

Advertisment

କଟକ ସହରରେ ଗ୍ୟାସ୍ ସିଲିଣ୍ଡର ଅଭାବ । ବୁକିଂ ପରେ ଠିକ୍ ସମୟରେ ମିଳୁନି, ଗ୍ରାହକ ନାନା ଅସୁବିଧାର ସମ୍ମୁଖୀନ  । ଅଭିଯୋଗ ପରେ ବି ଫଳ ଶୂନ । କେବେ ହେବ ସମାଧାନ କାହା ପାଖେ ନାହିଁ ଉତ୍ତର ।  

କଟକ ସହରରେ ଗ୍ୟାସ୍ ସିଲିଣ୍ଡର ଅଭାବ । ବୁକିଂ ପରେ ଠିକ୍ ସମୟରେ ମିଳୁନି, ଗ୍ରାହକ ନାନା ଅସୁବିଧାର ସମ୍ମୁଖୀନ  । ଅଭିଯୋଗ ପରେ ବି ଫଳ ଶୂନ । କେବେ ହେବ ସମାଧାନ କାହା ପାଖେ ନାହିଁ ଉତ୍ତର ।  

27LPG Cylinder Shortage

କନକ ବ୍ୟୁରୋ: କଟକ ସହରରେ ଗ୍ୟାସ୍ ସିଲିଣ୍ଡରର ଅଭାବ । ସିଲିଣ୍ଡର୍ ବୁକିଂ କରି ଠିକ୍ ସମୟରେ ପାଉନାହାଁନ୍ତି ଗ୍ରାହକ । ଏପରିକି ବୁକିଂ କରିବାର ଦଶ ଦିନ ପରେ ମିଳୁଛି ସିଲିଣ୍ଡର୍ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସହର ବାସିନ୍ଦା । 

ବୁକିଂ କରିବାର ଦଶ ଦିନ ପରେ ମିଳୁଛି ସିଲିଣ୍ଡର୍ । ବିକଳ୍ପ ବ୍ୟବସ୍ଥା ନଥିଲେ ଘରେ ରୋଷେଇ ବନ୍ଦ । ଏଭଳି ସମସ୍ୟା ଦେଇ ଗତି କରୁଛନ୍ତି କଟକ ସହର ବାସିନ୍ଦା । ଗ୍ୟାସ୍ ସିଲିଣ୍ଡର୍‌ର ଏଭଳି ଅଭାବ ବିଗତ କିଛି ଦିନ ହେବ ଦେଖିବାକୁ ମିଳିଛି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାହକ । 

ବର୍ତ୍ତମାନ ଘରୋଇ ଗ୍ୟାସ୍ ସିଲିଣ୍ଡର ପିଛା ଦର ରହିଛି ୮୮୦ ଟଙ୍କା । ପୂର୍ବରୁ ସିଲିଣ୍ଡର ବୁକିଂ କରିବାର ମାତ୍ର ଦୁଇରୁ ତିନି ଦିନ ଭିତରେ ମିଳିଯାଉଥିଲା । କିନ୍ତୁ ଏବେ ସିଲିଣ୍ଡର୍ ମିଳିବାରେ ଅହେତୁକ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି । ଡିପୋରୁ ଠିକ୍ ସମୟରେ ସିଲିଣ୍ଡର ଆସୁନଥିବାରୁ ଏଭଳି ସମସ୍ୟା ଉପୁଜୁଥିବା ଗ୍ୟାସ୍ ଡିଲର କହିଛନ୍ତି । କେବେ ଏ ସମସ୍ୟାର ସମାଧାନ ହେବ କାହା ପାଖରେ ଉତ୍ତର ନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe