କନକ ବ୍ୟୁରୋ: କଟକ ସହରରେ ଗ୍ୟାସ୍ ସିଲିଣ୍ଡରର ଅଭାବ । ସିଲିଣ୍ଡର୍ ବୁକିଂ କରି ଠିକ୍ ସମୟରେ ପାଉନାହାଁନ୍ତି ଗ୍ରାହକ । ଏପରିକି ବୁକିଂ କରିବାର ଦଶ ଦିନ ପରେ ମିଳୁଛି ସିଲିଣ୍ଡର୍ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସହର ବାସିନ୍ଦା ।
ବୁକିଂ କରିବାର ଦଶ ଦିନ ପରେ ମିଳୁଛି ସିଲିଣ୍ଡର୍ । ବିକଳ୍ପ ବ୍ୟବସ୍ଥା ନଥିଲେ ଘରେ ରୋଷେଇ ବନ୍ଦ । ଏଭଳି ସମସ୍ୟା ଦେଇ ଗତି କରୁଛନ୍ତି କଟକ ସହର ବାସିନ୍ଦା । ଗ୍ୟାସ୍ ସିଲିଣ୍ଡର୍ର ଏଭଳି ଅଭାବ ବିଗତ କିଛି ଦିନ ହେବ ଦେଖିବାକୁ ମିଳିଛି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାହକ ।
ବର୍ତ୍ତମାନ ଘରୋଇ ଗ୍ୟାସ୍ ସିଲିଣ୍ଡର ପିଛା ଦର ରହିଛି ୮୮୦ ଟଙ୍କା । ପୂର୍ବରୁ ସିଲିଣ୍ଡର ବୁକିଂ କରିବାର ମାତ୍ର ଦୁଇରୁ ତିନି ଦିନ ଭିତରେ ମିଳିଯାଉଥିଲା । କିନ୍ତୁ ଏବେ ସିଲିଣ୍ଡର୍ ମିଳିବାରେ ଅହେତୁକ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି । ଡିପୋରୁ ଠିକ୍ ସମୟରେ ସିଲିଣ୍ଡର ଆସୁନଥିବାରୁ ଏଭଳି ସମସ୍ୟା ଉପୁଜୁଥିବା ଗ୍ୟାସ୍ ଡିଲର କହିଛନ୍ତି । କେବେ ଏ ସମସ୍ୟାର ସମାଧାନ ହେବ କାହା ପାଖରେ ଉତ୍ତର ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/09/20/27lpg-cylinder-shortage-2025-09-20-19-14-29.jpg)