କନକ ବ୍ୟୁରୋ : ଚଳଚଞ୍ଚଳ ଥିଲା କଟକ ରେଳ ଷ୍ଟେସନ୍ । ହଠାତ୍ ଟ୍ରାକ୍ ଉପରେ ପଡ଼ିଲା ଉପର ସେଡ୍ର କିଛି ଅଂଶ । ଭୟଭୀତ ହୋଇପଡ଼ିଲେ ପ୍ଲାଟ୍ଫର୍ମରେ ଥିବା ଯାତ୍ରୀ । କେମିତି ଭୁଶୁଡ଼ି ପଡ଼ିଲା ଛାତ ? ଭଗ୍ନାବଶେଷ ତଳେ କେହି ରହି ଯାଇଛନ୍ତି କି ? କାମ କରୁଥିବା ଶ୍ରମିକ ଫସିଗଲେ କି ? ଏପରି ଅନେକ ପ୍ରଶ୍ନ ସାଧାରଣରେ ସୃଷ୍ଟି ହୋଇଥିଲା । ହେଲେ ଅଘଟଣ ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ ଘଟଣାସ୍ଥଳରେ ଥିବା ରେଳବାଇ ପୋଲିସ ଅଧିକାରୀ । କହିଥିଲେ, ଏହା ଏକ ପୁରୁଣା ଛାତ । ଏହାକୁ ଭାଙ୍ଗାଯିବା କାମ ଚାଲିଥିଲା । ଲୋକଙ୍କୁ ବାହାର କରାଯାଇ ବ୍ୟାରିକେଡ୍ ଲଗାଇ ଭଙ୍ଗାଯାଉଥିଲା ।
ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଗଲା ଟ୍ରାକ୍ରୁ ଭଗ୍ନାବଶେଷ ବାହାର କରିବା କାମ । ଜେସିବି ସାହାଯ୍ୟରେ ତୁରନ୍ତ ଟ୍ରାକ୍କୁ ସଫା କରିବାରେ ଲାଗି ପଡ଼ିଲେ କର୍ମଚାରୀ । ଖବର ଜଣାପଡ଼ିବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ କଟକ ସଦର, ଚୌଦ୍ୱାର ଓ ବାରବାଟୀ ବିଧାୟକ । ଘଟଣା ସମ୍ପର୍କରେ ରେଳବାଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।
କଟକ ରେଳ ଷ୍ଟେସନ୍ର ଚାଲିଛି ନବୀକରଣ କାମ । ତାମିଲନାଡୁର ୟୁଆରସି ସଂସ୍ଥା ନବୀକରଣ କାମ ହାତକୁ ନେଇଛି । ଚଳିତ ବର୍ଷ ଡିସେମ୍ବର ସୁଦ୍ଧା କାମ ଶେଷ ହେବାର ଅଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/08/27/cuttack-railway-station-2025-08-27-19-04-16.jpg)