କନକ ବ୍ୟୁରୋ : ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନ ନେଇ ପୁଣି ଥରେ ବିସ୍ଫୋରକ ବୟାନ ରଖିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ । ସେ କହିଛନ୍ତି, ଦୁର୍ଭିକ୍ଷ ପାଇଁ ରେଭେନ୍ସା ଦାୟୀ । ହେଲେ ମାତ୍ର ୧୫ ଟଙ୍କା ଗ୍ରାଣ୍ଟ ପାଇବା ପାଈଁ ରେଭେନ୍ସା ନାଁରେ ଗାର୍ଲସ ସ୍କୁଲ ହୋଇଥିଲା । ସ୍କୁଲ ଚଳାଇବାକୁ ଆଉ ୧୫ ଟଙ୍କା ଆବଶ୍ୟକ ହେଉଥିଲା, ତାଙ୍କୁ ଡାକି ଏକ ସଭାରେ ସଭାପତିତ୍ୱ କରାଗଲା ପରେ ତାଙ୍କ ନାମରେ ନାମିତା ହେଲା ।
ସେ ଆହୁରି କହିଛନ୍ତି, କଟକରେ ଯେଉଁମାନେ କଲେଜ ତିଆରି କରିଥିଲେ ସେମାନେ ନାମ ଦେଇଥିଲେ ତାକୁ ପରିବର୍ତ୍ତନ କିଏ କଲା । ଯେଉଁମାନେ ରେଭେନ୍ସ ନାମ ପରିବର୍ତ୍ତନକୁ ବିରୋଧ କରୁଛନ୍ତି, ଭୁବନେଶ୍ୱରରେ ଅଭିମନ୍ୟୁ ସାମନ୍ତସିଂହାର ରାସ୍ତାର ନାମ ପରିବର୍ତ୍ତନ କରି ମଦର ଟେରେସା ରୋଡ଼ ହେଲା ପ୍ରତିବାଦ କଲେ ନାହିଁ କାହିଁକି ? ସେହିପରି ଇଣ୍ଡିଆ ନାମ ପରିବର୍ତ୍ତନ ହୋଇ ଭାରତ ହେଉ ମନ୍ତବ୍ୟ ରଖିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/Lj0Yxcz3viKbmy5wPlV2.jpg)