କନକବ୍ୟୁରୋ : ପୁଣି ମୁଣ୍ଡ ଟେକିଲା ଅଣଦେଖା ବିବାଦ  ।    କଟକରେ ମେୟର କଲେକ୍ଟର ମୁହାଁମୁହିଁ ।  ଜିଲ୍ଲା ପ୍ରଶାସନ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ ମେୟର ଓ କର୍ପୋରେଟରଙ୍କୁ ଅଣଦେଖା ଅଭିଯୋଗ ଆଣିଲେ ଖୋଦ୍ ମେୟର ସୁବାସ ସିଂହ   ।  ଏନେଇ ଜିଲ୍ଲାପାଳଙ୍କୁ ଟାର୍ଗେଟ କରିଛନ୍ତି ମେୟର । ଗତ ୨୨ ତାରିଖରେ କଟକ ଜିଲ୍ଲାପାଳ ଅଫିସର ନୂତନ ଗୃହ ଭିତ୍ତିପ୍ରସ୍ତର ଶୁଭ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Advertisment

ଏହି କାର୍ଯ୍ୟକ୍ରମରେ କଟକ ସହରର ସମସ୍ତ ବିଧାୟକଙ୍କୁ ନିମନ୍ତ୍ରଣ ହୋଇଥିଲା କିନ୍ତୁ ମେୟରଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା । ସେହିପରି ଗତ ଶନିବାର ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକ ଗସ୍ତ କାର୍ଯ୍ୟକ୍ରମରେ ବି ମେୟରଙ୍କୁ ନିମନ୍ତ୍ରଣ ହୋଇନଥିବା ଅଭିଯୋଗ କରିଛନ୍ତି ମେୟର ।  ଏପରିକି କୌଣସି ସ୍ଥାନୀୟ କର୍ପୋରେଟରଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇ ନଥିଲା। ଯାହାକୁ ନେଇ ଅସନ୍ତୋଷ ଝାଡ଼ିଲେ ମେୟର। ସେପଟେ ଜିଲ୍ଲାପାଳ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି କାର୍ଯ୍ୟକ୍ରମରେ କାହାକୁ ଡକାଯିବ କି ନାହିଁ ତାହା ଆଲୁମିନି ଆସୋସିଏସନ୍‌ର ନିଷ୍ପତ୍ତି। ଏ ସଂପର୍କରେ ଆମେ କିଛି ଜାଣି ନାହୁଁ ।