Cuttack Photograph: (KanakNews)
କନକ ବ୍ୟୁରୋ : କଟକ ମଣିସାହୁ ଛକରେ ଘଟିଥିବା ଅଘଟଣ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଆଖି ଆଗରେ ତିନିତିନି ଜଣଙ୍କ ଜୀବନ ଚାଲିଯିବା ପଛରେ ଦାୟୀ କିଏ । ସହରରେ ଥିବା ଅସୁରକ୍ଷିତ କୋଠାଗୁଡ଼ିକୁ ଭାଙ୍ଗିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ପରେ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଥିଲା । ପର୍ଯ୍ୟାୟକ୍ରମେ ତାହା ଭଙ୍ଗାଯିବା ନେଇ ନିଷ୍ପତ୍ତି ହୋଇଥିଲା । ହେଲେ ଗତକାଲି ଯେଉଁ ଅଘଟଣ ଘଟିଲା, ତାହା ସମସ୍ତଙ୍କୁ ଆଖି ଖୋଲିଦେଇଛି ।
ଘଟଣା ପରେ ଆପାର୍ଟମେଣ୍ଟ ମାଲିକଙ୍କ ବେପରୁଆକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ । ଘରର ଆଦୌ ମରାମତି ହୋଇନଥିବା ସେମାନେ ଅଭିଯୋଗ କରିଛନ୍ତି । ସେପଟେ ଘଟଣା ପରେ ଗୋଟେ ପରେ ଗୋଟେ କଥା ସାମ୍ନାକୁ ଆସୁଛି । ଅଘଟଣ ଘଟିଥିବା ଏହି କୋଠାର ପ୍ଲାନ ଆପ୍ରୁଭାଲ ନାହିଁ । ଏହାଛଡ଼ା ଆପର୍ଟାମେଣ୍ଟର ମାଲିକାନାକୁ ନେଇ ବିବାଦ ରହିଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଦରକାର ପଡ଼ିଲେ ଆପାର୍ଟମେଣ୍ଟକୁ ସମ୍ପୂର୍ଣ୍ଣ ଅସୁରକ୍ଷିତ ଘୋଷଣା କରାଯିବ ।
ଅଧିକ ପଢ଼ନ୍ତୁ--ପୁଣି ୟେଲୋ ଜର୍ସିରେ ନଜର ଆସିବେ ମାହି! ଧୋନୀ ଖେଳିବେ ୨୦୨୬ ଆଇପିଏଲ!
ସେପଟେ ଅଘଟଣ ପରେ ଏବେବି ସେହି ବିଲ୍ଡିର ପଞ୍ଚମ ଓ ଷଷ୍ଠ ମହଲାର କେତେକ ଫ୍ଲାଟ୍ ବାଲକୋନୀ ଏବଂ କେତେକ ଛାତ ବିପଦପୂର୍ଣ୍ଣ ରହିଛି । ଅଘଟଣ ପରେ ଲୋକ ଜୀବନ ବାଜି ଲାଗଇ ସେହି ମହଲରେ ରହୁଛନ୍ତି । ଆଉ ଏପଟେ ଆପାର୍ଟମେଣ୍ଟ ବାସିନ୍ଦା ଠାରୁ ମାସିକ ଭଡ଼ା ନେଇଥିବା ଲାଲା ନାମକ ବ୍ୟକ୍ତିର ପତ୍ତା ମିଳିନାହିଁ । ସେପଟେ ସହରରେ ଏବେବି ଅନେକ ସରକାରୀ ବେସରକାରୀ ଭାବେ ଅନେକ କୋଠା ବିପଦଶଙ୍କୁଳ ଘୋଷଣା ପରେ ବି ସେ ଗୁଡ଼ିକ ଉପରେ କୌଣସି ପଦକ୍ଷେପ ନିଆଯାଇନାହିଁ । ପ୍ରଶ୍ନ ଉଠୁଛି କେବେ ହେବ ବିପଦପୂର୍ଣ୍ଣ ଥିବା ଘର ଉପରେ ଆକ୍ସନ ।
ସୂଚନା ଥାଉକି, ଗତକାଲି ଅପରାହ୍ନ ୪ଟା ୪୫ରେ ମଣିସାହୁ ଛକ ନିକଟରେ ଥିବା ଏକ ଆପାଟ୍ମେଣ୍ଟର ଅଂଶବିଶେଷ ଭୁଶୁଡ଼ି ପଡ଼ିଥିଲା । ଭୁଶୁଡ଼ିଥିବା ଛାତର ଅଂଶବିଶେଷ ନିକଟରେ ଥିବା ବସ୍ତିର ଘର ଉପରେ ପଡ଼ିଥିଲା । ଫଳରେ ଯେଉଁ ଛୋଟ ଘରେ ଅବଶେଷ ପଡ଼ିଥିଲା, ସେଠାରେ ଏକ ପରିବାର ରହୁଥିଲେ । ଦୁର୍ଘଟଣା ସଂପର୍କିତ ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ଥିଲେ । ସ୍ବାମୀ,ସ୍ତ୍ରୀ, ଜଣେ ମହିଳା ଓ ଦୁଇ ଛୋଟ ପିଲାଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ଡାକ୍ତରଖାନା ନିଆଯାଇଥିଲା । ସେଠାରେ ବାପା, ମା’ ଓ ଜଣେ ୫ ବର୍ଷର ଶିଶୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
Follow Us